କନକ ବ୍ୟୁରୋ :ବାରମ୍ବାର ଭୂସ୍ଖଳନ ଓ ମୁଖ୍ୟରାସ୍ତାରେ ମାଟି ଧସି ଘାଇ ହେବା ପରେ ବଡ଼ ବିପଦକୁ ଟାଣି ଆଣିଛି ବଣ୍ଡାଘାଟି । ଯାତାୟାତ ରାସ୍ତାରେ ସୃଷ୍ଟି ହୋଇଛି ଘାଇ । ଲଗାଣବର୍ଷାର ପ୍ରକୋପରେ ରାସ୍ତାରେ ଭୂସ୍ଖଳନ ସୃଷ୍ଟି ପରେ ୪ ଚକିଆ ଯାନକୁ ମନା କରାଯାଇଛି । ଏହାପରେ ସତର୍କ ସୂଚନା ଜାରି କରିଛି ପ୍ରଶାସନ । ତଳକୁ ଖସିଯିବାର ଭୟ । ତେଣୁ ମୁଖ୍ୟରାସ୍ତା ଦେଇ ଯାତାୟାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଦୁଲିପଡ଼ା ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ମୁଖ୍ୟରାସ୍ତାରେ ଯାତାୟାତ ପାଇଁ ମନା କରୁଥିବାବେଳେ ଖୋଦ ତହସିଲଦାର ଲୋକଙ୍କୁ ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଣ୍ଡାଘାଟିର ମୁଦୁଲିପଡ଼ା, ଅଣ୍ତ୍ରାହଲ ଏବଂ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତର ୧୫ ହଜାରରୁ ଅଧିକ ଗାଁ ଲୋକେ ପ୍ରତିଦିନ ବଣ୍ତାଘାଟି ରାସ୍ତାକୁ ଭରସା କରନ୍ତି ।
ବାରମ୍ବାର ଧସୁଛି ପଥର
ଚିନ୍ତା ବଢ଼ାଇଲା କଳିଙ୍ଗା ଘାଟି
କନ୍ଧମାଳ -ଗଞ୍ଜାମ-ସୀମାନ୍ତ କଳିଙ୍ଗା ଘାଟି ରେ ପ୍ରବଳ ବର୍ଷା ଫଳରେ ଗତ ୧୬ ତାରିଖରେ ବିରାଟ ଭୂସ୍ଖଳନ ଫଳରେ ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥ ରେ ଗାଡି ଚଳାଚଳ ଠପ୍ ହୋଇଯାଇ ଥିଲା । ଗତକାଲି ଭୂସ୍ଖଳନ ପରେ ଚିନ୍ତା ବଢ଼ିଛି । ଗ୍ରାଉଣ୍ଡ ଜିରୋରେ ପହଞ୍ଚିବା ପରେ ଦେଖାଦେଇଥିଲା ଭିନ୍ନ ଚିତ୍ର ଆଜି ଲୋକେ ପାଦ ଚଲା ରାସ୍ତା ନିର୍ମାଣ ହୋଇ ସାରିଥିବା ବେଳେ ଯିବା ଆସିବା କରୁଛନ୍ତି । ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିର ତଦାରଖ କରୁଛନ୍ତି ।