କନକ ବ୍ୟୁରୋ : ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଅନଲାଇନ୍ ଟ୍ରେଡିଂ ଜରିଆରେ ଠକେଇ କରୁଥିବା ଏକ ସାଇବର ଠକକୁ ତାମିଲନାଡୁରୁ ଗିରଫ କରିଛି କମିଶନରେଟ ପୋଲିସର ସାଇବର ଟିମ୍ । ଗିରଫ ଅଭିଯୁକ୍ତ ପ୍ରକାଶ ଏମ୍ କୁ ଗିରଫ କରିଛି ପୋଲିସ । ସେ ଚେନ୍ନାଇରେ ରୁହେ । ଗୋଟିଏ ହ୍ବାଟସଆପ୍ ଗ୍ରୁପ ଜରିଆରେ ଏହି ଠକେଇ କରାଯାଇଥିଲା ।
ଏହି ଗ୍ରୁପ ଜରିଆରେ ମେସେଜ୍ ଦେବା ସହ ଅନଲାଇନ୍ ଟ୍ରେଡିଂ କରିବା ନେଇ ସମସ୍ତଙ୍କୁ ଉତ୍ସାହିତ କରାଯାଉଥିଲା । ଯେଉଁଥିରେ ଉତ୍ସାହିତ ହୋଇ ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତି ୧୯ ଲକ୍ଷ ୫୦ ହଜାର ଟଙ୍କା ଲଗାଇଥିଲେ । ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଠକେଇର ମାଷ୍ଟରମାଇଣ୍ଡକୁ ତାମିଲନାଡୁରେ ଠାବ କରିଥିଲା। ଗିରଫ ଅଭିଯୁକ୍ତର ଆକାଉଣ୍ଟରେ ୬୨ ଲକ୍ଷ ଟଙ୍କା ଥିବା ବେଳେ ତାକୁ ଫ୍ରିଜ୍ କରାଯାଇଛି। ଠକ ବ୍ୟକ୍ତି ଏହି ଠକେଇ ଟଙ୍କାରେ ଫିଲ୍ମ୍ ନିର୍ମାଣ କରିବା ପାଇଁ ଯୋଜନା କରୁଥିଲା ବୋଲି ଭୁବନେଶ୍ବର ଡିସିପି କହିଛନ୍ତି।
Follow Us