କନକ ବ୍ୟୁରୋ : ପୁଅ ଫଟୋରେ ଫୁଲ ମାଳ ଦେଉଛନ୍ତି ବାପା । ଆଉ ମୁଣ୍ଡିଆ ବି ମାରୁଛନ୍ତି ।  ଏହା ହେଉଛି ବିବାଦୀୟ କଲକୀ ଓରଫ ଅନନ୍ତ ମାଧବର ଫଟୋ ।  ଆଉ ଫଟୋରେ ଫୁଲ ମାଳ ଦେଉଛନ୍ତି ଆତ୍ମଘୋଷିତ ବାବା କାଶୀନାଥ । ଠାକୁର ଘରେ ପୂଜା ପାଉଛି ଏହି ଫଟୋ । ଆଉ ଏହି ଫଟୋ ପାଖରେ ରହିଛି ଅନ୍ୟ ଦେବାଦେବୀଙ୍କ ଫଟୋ । ପୁଅ ଅନନ୍ତ ମାଧବକୁ କଲକୀ ଅବତାର କହି ପ୍ରଚାର ପ୍ରସାର କରୁଥିବା କାଶୀନାଥଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  

Advertisment

ନିଜ ପୁଅକୁ ଭଗବାନ କହି ନିଜେ ପୂଜା କରୁଥିବାବେଳେ ଅନ୍ୟମାନଙ୍କୁ ବି ପୂଜା କରିବା ପାଇଁ ବାପା କାଶୀନାଥ ନିର୍ଦ୍ଦେଶ ଦେଉଥିଲେ । ଆଉ ଏମିତି ଏହି କୁନି ପିଲା ସାଜିଥିଲା କଲକୀ ଅବତାର । ବୈକୁଣ୍ଠ ଧାମ ଆସୁଥିବା ଓ କାଶୀନାଥଙ୍କ ସମ୍ପର୍କରେ ଥିବା ବ୍ୟକ୍ତିବିଶେଷ ଏହି କୁନି ପିଲାଟିକୁ ପ୍ରଭୁ ବୋଲି ସମ୍ବୋଧନ କରୁଛନ୍ତି । ଏବେ ଏହି ପିଲାଟିର ବୟସ ବଢିଯାଇଛି । ତଥାପି କାଶୀନାଥଙ୍କ ଅନୁଗାମୀମାନେ ଅନନ୍ତ ମାଧବକୁ ଇଶ୍ବର ଭାବି ପୂଜା କରୁଛନ୍ତି ।