କାଠ ଆଣିବାକୁ ଯାଇ କୁଆଡ଼େ ଚାଲିଗଲେ ବାପା: ୫ ଦିନ ହେଲାଣି ସଇଁତଳାର ବେଦବ୍ୟାସ ରଣା ଅପେକ୍ଷାରେ ସ୍ତ୍ରୀ-ପିଲା

Advertisment

ବାପା, ଜଙ୍ଗଲକୁ କାଠ ଆଣିବାକୁ ଯାଇଛନ୍ତି ଯେ ଯାଇଛନ୍ତି, ଆଉ ଫେରି ନାହାନ୍ତି । ଏପଟେ ତାଙ୍କ ଅପେକ୍ଷାରେ ୪ ଝିଅ ଓ ସ୍ତ୍ରୀ । ଚାହୁଁ ଚାହୁଁ ୫ ଦିନ ବିତିଲାଣି, ସ୍ୱାମୀଙ୍କ ସନ୍ଧାନ ମିଳୁନାହିଁ । ଗାଁ ନିକଟ ଜଙ୍ଗଲକୁ ଯାଇଥିବା ଲୋକଟି କୁଆଡ଼େ ଗଲା, ତାର କୌଣସି ପତ୍ତା ନାହିଁ ।

wdw

Photograph: (wdwdw)

କନକ ବ୍ୟୁରୋ: ବାପା, ଜଙ୍ଗଲକୁ କାଠ ଆଣିବାକୁ ଯାଇଛନ୍ତି ଯେ ଯାଇଛନ୍ତି, ଆଉ ଫେରି ନାହାନ୍ତି। ଏପଟେ ତାଙ୍କ ଅପେକ୍ଷାରେ ୪ ଝିଅ ଓ ସ୍ତ୍ରୀ। ଚାହୁଁ ଚାହୁଁ ୫ ଦିନ ବିତିଲାଣି, ସ୍ୱାମୀଙ୍କ ସନ୍ଧାନ ମିଳୁନାହିଁ। ଗାଁ ନିକଟ ଜଙ୍ଗଲକୁ ଯାଇଥିବା ଲୋକଟି କୁଆଡ଼େ ଗଲା, ତାର କୌଣସି ପତ୍ତା ନାହିଁ। ଏପଟେ ସ୍ୱାମୀଙ୍କ ନିଖୋଜ ଓ ପିଲାଙ୍କ ଭବିଷ୍ୟତକୁ ନେଇ ଭାଙ୍ଗି ପଡ଼ିଛନ୍ତି ସ୍ତ୍ରୀ।

ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁର ବେଦବ୍ୟାସ ରଣା। ବୟସ ୪୫। ଗତ ୨୨ ତାରିଖ ଦିନ ସକାଳ ପ୍ରାୟ ୯ଟାରେ ଘରୁ ବାହାରିଥିଲେ। ଅନ୍ୟ ଦିନ ଭଳି ସେଦିନ ବି କାଠ ସଂଗ୍ରହ ପାଇଁ ନିକଟସ୍ଥ ସୁଲିଆ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟା ପର୍ୟ୍ୟନ୍ତ ସେ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କଲେ। ତଥାପି ବେଦବ୍ୟାସ କୌଣସି ସନ୍ଧାନ ମିଳିଲା ନାହିଁ। ଏହାକୁ ନେଇ ତାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

ଘଟଣାର ୫ ଦିନ ପରେ ବି ପୁଲିସ ବେଦବ୍ୟାସଙ୍କ ସଂପର୍କରେ କୌଣସି ତଥ୍ୟ ପାଇନାହିଁ, କି ପରିବାର ଲୋକଙ୍କୁ କିଛି ଜଣାଇନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe