କନକ ବ୍ୟୁରୋ : ସରକାର ଶିଶୁ ତଥା ଗର୍ଭବତୀ ମହିଳାଙ୍କ କଲ୍ୟାଣ ପାଇଁ ସବୁ ଗାଁ ଅଙ୍ଗନୱାଡ଼ି କେନ୍ଦ୍ର ଅଛି । କଳାହାଣ୍ଡି କୋକସରାରେ ଶିଶୁ ବିକାଶ ଯୋଜନା ବାଟବଣା ହୋଇଛି । କେଉଁଠି ଅଙ୍ଗନୱାଡି ଘର ଅଛି କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଛି । ଆଉ କେଉଁଠି ଅଙ୍ଗନୱାଡି କର୍ମୀଙ୍କ ଘରେ ଚାଲିଛି କେନ୍ଦ୍ର । 

Advertisment

କୋକସରା ବ୍ଲକ ପୀତବାସପୁର ଅଙ୍ଗନୱାଡ଼ି କେନ୍ଦ୍ର ୪ବର୍ଷ ହେବ ଭଙ୍ଗା ଦଦରା ହୋଇ ପଡ଼ି ରହିଛି । ଅଙ୍ଗନୱାଡି ସହାୟିକାଙ୍କ ଘରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି । ପ୍ରାୟ ୨୦ଜଣ ପିଲା ଖେଳ କୁଦ୍ କରିବା ସହ ମଧ୍ୟାହ୍ନ ଭୋଜନ କରୁଛନ୍ତି । ଗର୍ଭବତୀ ମହିଳାଙ୍କ ଟୀକାକରଣ କରାଗଲେ, ପିଲାଙ୍କୁ ବାହାରେ ବସିବାକୁ ପଡୁଛି । ଏଭଳି ହେବା ଦ୍ୱାରା କୁନି କୁନି ପିଲାଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ବାଧାସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।

ସେହିପରି ଆଁଇଲୀ ଦିସାରୀପଡ଼ାରେ ୨ ବର୍ଷ ହେବ ଅଙ୍ଗନୱାଡ଼ି କେନ୍ଦ୍ରର ଖୋଲାଯାଇଛି । କେନ୍ଦ୍ର ପାଇଁ ଗୃହ ନିର୍ମାଣ କରାଯାଇ ନଥିବାରୁ ଅଙ୍ଗନୱାଡ଼ି କର୍ମୀଙ୍କ ଘରେ କେନ୍ଦ୍ର ଚାଲିଛି । କୋକସରା ବ୍ଲକରେ ୧୬୮ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ୪୪ଟି କେନ୍ଦ୍ରକୁ ସକ୍ଷମ ଅଙ୍ଗନୱାଡ଼ି ମାନ୍ୟତା ଦେଇ ସ୍ମାର୍ଟ କରାଯାଇଛି । ୪୧ କେନ୍ଦ୍ରର ଘର ତିଆରି ଚାଲିଛି । ଅନକେ ସ୍ଥାନରେ ଖୋଲା ଆକାଶ ତଳେ ପିଲାମାନେ ବସିବା ସହ ବାହାରେ ଭୋଜନ କରୁଛନ୍ତି । କେଉଁ ପରିସ୍ଥିତିରେ କର୍ମୀଙ୍କ ଘରେ ଅଙ୍ଗବୱାଡି କେନ୍ଦ୍ର ଚାଲିଛି , ତାର ନିରପେକ୍ଷ ତଦନ୍ତ କରିବାର ଆବଶ୍ୟକତା ରହିଛି ।