କନକ ବ୍ୟୁରୋ: ବାତ୍ୟା ଯାଇଛି ଦୁର୍ଦ୍ଦଶା ବଢିଛି । ଗାଁ ଭିତରେ ୪ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଘରୁ ବାହାରକୁ ବାହାରି ପାରିବା କଷ୍ଟକର ହୋଇଛି । ଘରର ଦ୍ୱାର ମୁହାରେ ବନ୍ୟା ପାଣି ଅଟକି ରହିଛି । ଲୋକମାନେ ଶୁଖିଲା ଖାଦ୍ୟ ଖାଇ ରହୁଛନ୍ତି । ଘର ଭିତରକୁ ଆସୁଥିବା ପାଣିକୁ ଅଟକାଇ ବାକୁ ଉଦ୍ୟମ କରିଛନ୍ତି । ନଳ କୂପ ଗୁଡିକ ବନ୍ୟା ପାଣି ଘେରରେ ରହିଛି । ବାତ୍ୟା ପରେ ବନ୍ୟା ଭୟ ସୃଷ୍ଟି ହୋଇଛି ଭଦ୍ରକ ଜିଲ୍ଲାର ଧାମନଗର ଓ ତିହିଡି ବ୍ଲକର ତଳିଆ ଅଂଚଳରେ ସାଳନ୍ଦୀ ନଦୀର ବନ୍ୟା ପାଣି ପଶିଯାଇଛି । ସାଳନ୍ଦୀର ଶାଖା ନଦୀ ରେବ ଓ କପାଳି ନଦୀର ଜଳ ବ୍ଲକର ଅସୁରାଳୀ କାଶିମପୁର, ବମକୁରା, ଗୋବିନ୍ଦପୁର, କୋଠାର, ବମକୁରା ଓ ଖପରପଦା ପଞ୍ଚାୟତର ୧୫ଟି ଗାଁ ଜଳବନ୍ଦୀ ହୋଇ ରହିଛି । ସେହିପରି ତିହିଡି ବ୍ଲକର ବିଲଣା ତଳଗପବିନ୍ଧା ବାରୁଅ ସହ ଅନେକ ପଂଚାୟତରେ ଛାଡ଼ିନି ବନ୍ୟା ପାଣି । ନଦୀ କୂଳରେ ଥିବାରୁ ଗତ ୨୪ ତାରିଖରୁ ଗାଁରେ ପାଣି ପଶିଛି । ଫଳରେ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ । ଧାନ ଚାଷ ମଧ୍ୟ ବେଶ ପ୍ରଭାବିତ ହୋଇଛି । ଶହଶହ ହେକ୍ଟର ଜମିରେ ପନିପରିବା ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ଚାନ୍ଦବାଲି ଓ ଧାମନଗରରେ କଲବଲ କରୁଛି ବନ୍ୟା: ୪ ଦିନ ହେଲା ଗାଁରୁ ଛାଡୁନି ସାଳନ୍ଦୀ ଓ ଶାଖା ନଦୀର ବନ୍ୟାଜଳ
ବାତ୍ୟା ଯାଇଛି ଦୁର୍ଦ୍ଦଶା ବଢିଛି । ଗାଁ ଭିତରେ ୪ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଘରୁ ବାହାରକୁ ବାହାରି ପାରିବା କଷ୍ଟକର ହୋଇଛି । ଘରର ଦ୍ୱାର ମୁହାରେ ବନ୍ୟା ପାଣି ଅଟକି ରହିଛି ।