କନକ ବ୍ୟୁରୋ : ଢେଙ୍କାନାଳ ହିନ୍ଦୋଳ ବ୍ଲକ ବେଲବାହାଳି ଗାଁରେ ନିରୋଦଙ୍କ ଘର। ଶୁଣିପାରନ୍ତିନି କି କହିପାରନ୍ତିନି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଟେଣ୍ଟ ହାଉସରେ କାମ କରି ପରିବାର ପୋଷନ୍ତି। ଅସୁସ୍ଥତା କାରଣରୁ ଗତ ୫ ତାରିଖରେ ଘରକୁ ଯିବା ପାଇଁ ବାହାରିଥିଲେ। ସେଦିନ ଅପରାହ୍ନରେ ସଂପୃକ୍ତ ଟେଣ୍ଟ ହାଉସ ଡ୍ରାଇଭର ନିରୋଦଙ୍କୁ ପଟିଆ ଛକରେ ବସରେ ବସାଇ ଦେଇଥିଲେ। ହେଲେ ଆଜି ଯାଏଁ ଗାଁରେ ପହଞ୍ଚି ପାରିନାହାନ୍ତି ନିରୋଦ। ତାଙ୍କ ନିଖୋଜ ନେଇ ୯ ତାରିଖରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି। ଏହାସହ ସ୍ଥାନୀୟ ରସୋଲ ଥାନାରେ ବି ଅଭିଯାଗ ହୋଇଛି। ଏପଟେ ନୀରୋଦଙ୍କ ଚିନ୍ତାରେ ଘରେ ଚୁଲି ଜଳୁନି। ସ୍ବାମୀଙ୍କୁ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ ଓ ପିଲାଛୁଆ ।

Advertisment

ଦିବ୍ୟାଙ୍ଗ ନିରୋଦଙ୍କୁ ଖୋଜିବା ପାଇଁ ପୁରା ଗାଁ ଏକ ହୋଇଛି । ପୋଷ୍ଟର ଧରି ଆଖପାଖ ଗାଁ ଗଣ୍ଡାରେ ଖୋଜାଖୋଜି କରୁଛନ୍ତି। ସେପଟେ ନୀରୋଦଙ୍କୁ ବରମୁଣ୍ଡା ଠାରେ ହିନ୍ଦୋଳ କିମ୍ବା ଢ଼େଙ୍କାନାଳ ବସରେ ନବସାଇ ପଟିଆ ଛକରେ କାହିଁକି ବସରେ ବସାଇଥିଲେ ଟେଣ୍ଟ ହାଉସ୍ ଡ୍ରାଇଭ। ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିରୋଦଙ୍କ  ଭାଇ ।

ମୂକ ବଧିର ନିରୋଦଙ୍କ ବିଷୟରେ କୌଣସି ଖବର ପାଆନ୍ତି ତେବେ ୮୧୪୪୩୬୦୮୬୭ କିମ୍ବା ୬୩୭୨୫୮୨୨୩୨ ଏହି ନମ୍ୱରରେ ସମ୍ପର୍କ କରିବାକୁ ପରିବାର ଓ ସମ୍ପର୍କୀୟଙ୍କ ଅନୁରୋଧ।   ।