ବଂଶଧାରା ନଦୀରେ ମିଶିଲା ବିଷାକ୍ତ ପାଣି । ପ୍ରଭାବିତ ହେଲା ଜଳଚର ଜୀବଙ୍କ ଜୀବନ

Advertisment

କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ରାଷ୍ଟ୍ରାୟତ କମ୍ପାନୀ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ। ଦାୟିତ୍ଵ ହୀନତା କାରଣରୁ ବଂଶଧରା ନଦୀ ପ୍ରଭାବିତ।

Updated On

କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ରାଷ୍ଟ୍ରାୟତ କମ୍ପାନୀ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ। ଦାୟିତ୍ଵ ହୀନତା କାରଣରୁ ବଂଶଧରା ନଦୀ ପ୍ରଭାବିତ।

ଅଦ୍ୟତନ ହୋଇଛି
Banshodara

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ରାଷ୍ଟ୍ରାୟତ କମ୍ପାନୀ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ । ଦାୟିତ୍ଵ ହୀନତା କାରଣରୁ ବଂଶଧରା ନଦୀ ପ୍ରଭାବିତ । ଜଳଚର ଜୀବଙ୍କ ମୃତ୍ୟୁ ଅଭିଯୋଗ । ବର୍ଜ୍ୟ ଅଶୋଧିତ ଜଳ ଭଣ୍ଡାର ରେଡମଣ୍ଡ ପଣ୍ଡର ବନ୍ଧ ଭାଙ୍ଗିବାରୁ ରାୟଗଡ଼ା ମୁନିଗୁଡ଼ାରେ ବଂଶଧାରା ନ‌ଦୀରେ ଭୟଙ୍କର ସ୍ଥିତି ।  

ବଂଶଧାରା ନଦୀ ମୁନିଗୁଡ଼ା ବ୍ଲକର ଜୀବନରେଖା । ରାଣିପିଣ୍ଡା, ଘମଟଗୁଡ଼ା, ଶିବପଦର, ଜଗଦଲପୁର, କୁମୁଡ଼ାବାଲି ପଞ୍ଚାୟତ ଗ୍ରାମବାସୀ ବଂଶଧାରା ପାଣି ଉପରେ ନିର୍ଭରଶୀଳ । ହେଲେ ଏବେ ଏହି ନଦୀ ପାଣି ବିଷାକ୍ତ ହୋଇଯାଇଛି । କମ୍ପାନୀ ବର୍ଜ୍ୟବସ୍ତୁ ମିଶା ବିଷାକ୍ତ ପାଣି ରହୁଥିବା ରେଡମଣ୍ଡ ପଣ୍ଡର ବନ୍ଧ ଭାଙ୍ଗି ନଦୀରେ ମିଶିଯାଇଛି ।

ଫଳରେ ନଦୀରେ ଥିବା ଜଳଚର ଜୀବ ମାଛ, କଙ୍କଡା, ସାପ, ବେଙ୍ଗ ଇତ୍ୟାଦି ମରି ଭାଶୁଛନ୍ତି । ନଈକୂଳିଆ ଲୋକ ଲୋକ ଭୟଭୀତ ହୋଇଛନ୍ତି ।
କୌଷ୍ଟିକ ସୋଡ଼ା ଓ ଅନ୍ୟ ଅତ୍ୟନ୍ତ କ୍ଷତିକାରକ ରାସାୟନିକ ଦ୍ରବ୍ୟ ମିଶିବାରୁ ନଦୀରେ ଗାଧୋଇଲେ  ଦେହରେ ଫୋଟକା ହେବା ସହ କୁଣ୍ଡେଇ ହେଉଛି । ନଦୀ ପାଣି ପିଉଥିବା ଗୃହପାଳିତ ପଶୁପକ୍ଷୀଙ୍କ ଠାରେ ଅସ୍ଵାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ବଂଶଧାରାକୁ ଜୀବନ ଜୀବିକା ଭାବେ ବ୍ୟବହାର କରୁଥିବା ଲୋକେ ଆତଙ୍କିତ ଅଛନ୍ତି। ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ଦାବି ହୋଇଛି। ନଦୀ ଅବବାହିକାରେ ରହୁଥିବା ଗ୍ରାମବାସୀ ସବୁ କାମରେ ନଦୀ ଉପରେ ନିର୍ଭର କରନ୍ତି । ଗାଧୁଆ ପାଧୁଆ କରିବା ସହ ଚାଷବାସ କରିଥାନ୍ତି । ହେଲେ ଏଭଳି ସ୍ଥିତି ଉପୁଜିଲେ ଜୀବନ ଜୀବିକା ହରାଇବାର ଆଶଙ୍କା ବଢ଼ିଯାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe