କନକ ବ୍ୟରୋ: ମହାପ୍ରଭୁଙ୍କ ସମ୍ପତ୍ତିର ଭୂକ୍ଷରଣ କେବଳ ଆଇନଗତ ବ୍ୟତିକ୍ରମ ନୁହେଁ । ଏହା ଆଧ୍ୟାତ୍ମିକ ଅପମାନ ଓ ସାଂସ୍କୃତିକ କ୍ଷତି ବୋଲି କହିଛନ୍ତି ହାଇକୋର୍ଟ । ଏଥି ସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପତ୍ତିର ଅଧିକାର ଅକ୍ଷୁର୍ଣ୍ଣ ରଖିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଶ୍ରୀଜିଉଙ୍କ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ତଥା ଏ ସମ୍ପର୍କିତ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ଫଳପ୍ରଦ ଓ ପ୍ରଭାବୀ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଶ୍ରୀମନ୍ଦିର ରେକର୍ଡପତ୍ରର ଡିଜିଟାଲାଇଜେସନ୍ ସହ ମନ୍ଦିର ସମ୍ପତ୍ତି ମ୍ୟୁଟେସନ୍ ଓ ହସ୍ତାନ୍ତର ପ୍ରସଙ୍ଗରେ ମାର୍ଗଦର୍ଶିକା ପ୍ରଣୟନ କରିବାକୁ ହାଇକୋର୍ଟ କହିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପତ୍ତି ବିବାଦ ସମ୍ପର୍କିତ ମାମଲାର ଶୁଣାଣି କରି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପ୍ରସଙ୍ଗ: ମାର୍ଗଦର୍ଶିକା ଜାରି କଲେ ହାଇକୋର୍ଟ
ମହାପ୍ରଭୁଙ୍କ ସମ୍ପତ୍ତିର ଭୂକ୍ଷରଣ କେବଳ ଆଇନଗତ ବ୍ୟତିକ୍ରମ ନୁହେଁ । ଏହା ଆଧ୍ୟାତ୍ମିକ ଅପମାନ ଓ ସାଂସ୍କୃତିକ କ୍ଷତି ବୋଲି କହିଛନ୍ତି ହାଇକୋର୍ଟ । ଏଥି ସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପତ୍ତିର ଅଧିକାର ଅକ୍ଷୁର୍ଣ୍ଣ ରଖିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି ।
/kanak/media/media_files/2025/05/18/M9diHOeH70mjbnKbiifp.jpg)