କନକ ବ୍ୟୁରୋ : ବିଶ୍ବ ଦେଖିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଦକ୍ଷତା  । ଅପରାହ୍ନ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁଲଞ୍ଚ ହେବ ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ବେଳେ ଆଜି ୪ଟା ୧୨ରେ ଏହାକୁ ଉତକ୍ଷେପଣ କରାଯିବ । ଭାରତର ସବୁଠୁ ଭସାଯୋଗ୍ୟ  ପିଏସଏଲଭି-ସି୫୯ ରକେଟ ଯୋଗେ ଏହି ସାଟେଲାଇଟକୁ ଲଞ୍ଚ କରାଯିବ । ସୂଚାରିପାଖ ଖୁବ୍‌ ଧୂଆଁଳିଆ ହୋଇଥିବାରୁ ଏହାକୁ ଖାଲି  ଆଖିରେ ଦେଖିବା ଅସମ୍ଭବ । ଏହା କେଉଁ ଉପାଦାନରେ ତିଆରି ହୋଇଛି ସାଟେଲାଇଟ୍‌ ମାଧ୍ୟମରେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ସୂର୍ଯ୍ୟ ଚତୁଃପାର୍ଶ୍ୱରେ ଦୁଇ ପ୍ରକାର କୋରୋନା ଯଥା ହାଇ-କୋରୋନା ଓ ଲୋ-କୋରୋନା ରହିଛି ।  ଅନେକ ସାଟେଲାଇଟ୍‌ ଏହାର ଅଧ୍ୟୟନ କରୁଛନ୍ତି, କିନ୍ତୁ ଉଭୟ ପରସ୍ତ ମଧ୍ୟରେ ଥିବା କଳା ଅଂଶର ଅଧ୍ୟୟନ କରିବ ପ୍ରୋବା-୦୩ । ଏହା ସୌର ପବନ ଓ କୋରୋନାଲ ମାସ୍‌ ଇଜେକ୍ସନର ମଧ୍ୟ ଅଧ୍ୟୟନ କରିବ ।  ଏହି ସାଟେଲାଇଟ୍‌ ଯୋଗୁ ବୈଜ୍ଞାନିକମାନେ ମହାକାଶର ପାଣିପାଗ ଓ ପବନର ଅଧ୍ୟୟନ କରିପାରିବେ । ପ୍ରୋବା-୩କୁ ବିଶ୍ବର ପ୍ରଥମ ପ୍ରିସିସନ୍ ଫର୍ମେସନ୍ ଫ୍ଲାଇଂ ମିଶନ ବୋଲି କୁହାଯାଉଛି । ପ୍ରୋବା-୩ ସ୍ପେସକ୍ରାଫ୍ଟର ଦୁଇଟି ଅଂଶ ହେଉଛି- କରୋନାଗ୍ରାଫ୍ ଏବଂ ଅକଲ୍ଟର୍ । ଏହି ଦୁଇଟି ଅଂଶ ପରସ୍ପର ଠାରୁ ୧୫୦ ମିଟର ଦୂରତାରେ ନିଖୁଣ ସମନ୍ବୟ ରକ୍ଷା କରି ମହାକାଶରେ ବୁଲିବେ । ୩୧୦ କିଲୋ ଓଜନର କୋରୋନାଗ୍ରାଫ୍‌ ସ୍ପେସକ୍ରାଫ୍ଟ ସୂର୍ଯ୍ୟ ଆଡ଼କୁ ମୁହଁ କରି ରହିବ । ଏଥିରେ ଥିବା ଉପକରଣ ସୂର୍ଯ୍ୟର ବାହ୍ୟ ଓ ଆଭ୍ୟନ୍ତର କୋରୋନା ମଧ୍ୟରେ ଦୂରତାକୁ ଅଧ୍ୟୟନ କରିବ ।ଏହା ପୂର୍ବରୁ ୨୦୦୧ ରେ ପ୍ରୋବା-୧ ଓ ୨୦୦୯ ରେ ପ୍ରୋବା-୨ ଲଞ୍ଚ କରିଥିଲା ଇସ୍ରୋ ।

ଇତିହାସ ରଚିବ ଇସ୍ରୋ

Advertisment

ମହାକାଶ ବିଜ୍ଞାନ କ୍ଷେତ୍ରରେ ପୁଣି ନୂଆ ଇତିହାସ ରଚିବ ଇସ୍ରୋ
ଅପରାହ୍ନ୪ଟା ୧୨ରେ ଲଞ୍ଚ ହେବ ପ୍ରୋବା-୩ ସାଟେଲାଇଟ
ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁଲଞ୍ଚ କରାଯିବ
ପିଏସଏଲଭି-ସି୫୯  ରକେଟ ଯୋଗେ ଉତକ୍ଷେପଣ ହେବ
ସୂର୍ଯ୍ୟର କରୋନାବଳୟର ଅଧ୍ୟୟନ କରିବ ପ୍ରୋବା-୩ ସାଟେଲାଇଟ
ହାଇ-କୋରୋନା ଓ ଲୋ-କୋରୋନା ମଧ୍ୟରେ ଥିବା କଳା ଅଂଶର ଅଧ୍ୟୟନ କରିବ
ସୌର ପବନ ଓ କୋରୋନାଲ ମାସ୍‌ ଇଜେକ୍ସନର ମଧ୍ୟ ଅଧ୍ୟୟନ କରିବ
ପ୍ରୋବା-୩ ସ୍ପେସକ୍ରାଫ୍ଟର ଦୁଇଟି ଅଂଶ ରହିଛି
ସାଟେଲାଇଟର ଓଜନ ରହିଛି ୩୧୦ କିଲୋଗ୍ରାମ
୨୦୦୧ରେ ପ୍ରୋବା-୧ ଓ ୨୦୦୯ରେ ପ୍ରୋବା-୨ ଲଞ୍ଚ କରିଥିଲା ଇସ୍ରୋ