ମହାକାଶରେ ମହାକୀର୍ତ୍ତିମାନ ରଚିବ ଇସ୍ରୋ: ଉପଗ୍ରହ ଉତକ୍ଷେପଣରେ ମାରିବ ସେଞ୍ଚୁରୀ

Advertisment

ଅପଗ୍ରେଡ୍ ହେବ ଭାରତର ନାବିକ ସାଟେଲାଇଟ୍ । ଆସନ୍ତା ସପ୍ତାହରେ ମହାକାଶ ବିଜ୍ଞାନରେ ଆଉ ଏକ ମାଇଲଷ୍ଟୋନ ରଚିବା ରାସ୍ତାରେ ଇସ୍ରୋ । ଜାନୁଆରି ୨୯ ତାରିଖରେ ନୂଆ ଇତିହାସ ଲେଖିବ ଭାରତୀୟ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ।

ଅପଗ୍ରେଡ୍ ହେବ ଭାରତର ନାବିକ ସାଟେଲାଇଟ୍ । ଆସନ୍ତା ସପ୍ତାହରେ ମହାକାଶ ବିଜ୍ଞାନରେ ଆଉ ଏକ ମାଇଲଷ୍ଟୋନ ରଚିବା ରାସ୍ତାରେ ଇସ୍ରୋ । ଜାନୁଆରି ୨୯ ତାରିଖରେ ନୂଆ ଇତିହାସ ଲେଖିବ ଭାରତୀୟ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ।

wdw

wdwd Photograph: (wdwdw)

କନକ ବ୍ୟୁରୋ: ଅପଗ୍ରେଡ୍ ହେବ ଭାରତର ନାବିକ ସାଟେଲାଇଟ୍ । ଆସନ୍ତା ସପ୍ତାହରେ ମହାକାଶ ବିଜ୍ଞାନରେ ଆଉ ଏକ ମାଇଲଷ୍ଟୋନ ରଚିବା ରାସ୍ତାରେ ଇସ୍ରୋ । ଜାନୁଆରି ୨୯ ତାରିଖରେ ନୂଆ ଇତିହାସ ଲେଖିବ ଭାରତୀୟ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା । ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ପୂରା କରି ସେନଚୁରି ମାରିବାକୁ ଯାଉଛି ଭାରତ । ସକାଳ ୬ଟା ୩୦ରେ NSV-2  ବା ନାବିକ୍-ଟୁ ମିଶନ ଲଞ୍ଚ କରିବ ଇସ୍ରୋ ।  ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯିବ । ନାବିକ୍‌ ସିଷ୍ଟମ ପାଇଁ ଏହି ସାଟେଲାଇଟକୁ ମହାକାଶରେ ଅବସ୍ଥାପିତ କରାଯିବ । ନାଭିକ ହେଉଛି ଭାରତର ରିଜିଓନାଲ ନାବିଗେସନ ସାଟେଲାଟ୍‌ ସିଷ୍ଟମ । ଏହା ଆମେରିକାର ଜିପିଏସ୍‌ ଭଳି କାର୍ୟ୍ୟ କରେ । ପୂର୍ବରୁ କାରଗିଲ ଯୁଦ୍ଧ ସମୟରେ କାଶ୍ମୀରର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଆମେରିକୀୟ ସଂସ୍ଥା ପରିଚାଳିତ ଜିପିଏସ୍‌‌ କାର୍ୟ୍ୟକ୍ଷମ ହୋଇ ନ ଥିବାରୁ ଭାରତୀୟ ସୈନ୍ୟବାହିନୀ ବହୁ ସମସ୍ୟାର ସମ୍ମୁଖୀନ ହେଲା। ତେଣୁ ଭାରତ ସରକାର ଦେଶର ନିଜସ୍ୱ ଜିପିଏସ୍‌‌ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଥିଲେ । ଏହାଛଡ଼ା ବିଭିନ୍ନ କ୍ଷେତ୍ରରେ ନୌସଞ୍ଚାଳନ ବ୍ୟବସ୍ଥାର ଉପଯୋଗିତାକୁ ଦୃଷ୍ଟିରେ ରଖି ୧୯୯୯ ମସିହାରେ ଲଞ୍ଚ ହୋଇଥିଲା ନିବାକ୍ । ୨୦୧୩ରେ ଏହାକୁ ଉତକ୍ଷେପଣ କରାଯାଇଥିଲା । ଏବେ ଏହାର ଅପଗ୍ରେଡ୍ ଭର୍ସନ ଆସିବାକୁ ଯାଉଛି । ଏହି ସାଟେଲାଇଟକୁ ଯାନବାହନ, ଉଡ଼ାଜାହାଜ, ଜଳଜାହାଜ, ମୋବାଇଲ୍‌‌ ଫୋନ୍‌‌ ଆଦିର ଅବସ୍ଥିତି ନିରୂପଣ କରାଯିବା ସହିତ ଦେଶର ପରିବେଶ ସୁରକ୍ଷା, ଅରଣ୍ୟ ସଂରକ୍ଷଣ, ବିପର୍ୟ୍ୟୟ ପରିଚାଳନା, ଭୌଗୋଳିକ ସୂଚନା ଆଦି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।  

ନାବିକ
ବନାମ
GPS
ଅପଗ୍ରେଡ୍ ହେବ ‘ନାବିକ’ 
ଜାନୁଆରି ୨୯ରେ ଉପଗ୍ରହ ପ୍ରେରଣ 
ଆମେରିକାର ଜିପିଏସକୁ ମାତ ଦେବ ଭାରତର ‘ନାବିକ’
ଅପଗ୍ରେଡ୍ ହେବାକୁ ଯାଉଛି ‘ନାବିକ’ ସାଟେଲାଇଟ୍
ଭାରତୀୟ ଉପମହାଦ୍ବିପର ଜାଗ୍ରତ ପ୍ରହରୀ ନାବିକ ସିଷ୍ଟମ୍
‘ନାବିକ’ ହେଉଛି ଭାରତର ରିଜିଓନାଲ ନାବିଗେସନ ସାଟେଲାଇଟ୍‌ ସିଷ୍ଟମ
ଏହା ଆମେରିକାର ଜିପିଏସ୍‌ ଭଳି କାର୍ଯ୍ୟ କରେ
ବିପର୍ଯ୍ୟୟ ପରିଚାଳନା, ଭୌଗୋଳିକ ସୂଚନା ଆଦି କ୍ଷେତ୍ରରେ ସହାୟକ
ଦେଶର ପରିବେଶ ସୁରକ୍ଷା, ଅରଣ୍ୟ ସଂରକ୍ଷଣ କ୍ଷେତ୍ରରେ ସହାୟକ
ଯାନବାହନ, ମୋବାଇଲ୍‌‌ ଫୋନ୍‌‌ ଆଦିର ଅବସ୍ଥିତି ନିରୂପଣ କରିପାରିବ
ଜାନୁଆରି ୨୯ ତାରିଖରେ ଲଞ୍ଚ ହେବ ଏହାର ନୂଆ ଅପଗ୍ରେଡ୍
ସକାଳ ୬ଟା ୩୦ରେ NSV-2 ବା ନାବିକ୍-ଟୁ ମିଶନ ଲଞ୍ଚ କରିବ ଇସ୍ରୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe