କନକ ବ୍ୟୁରୋ : ଏଲନ୍‌ ମସ୍କଙ୍କ କମ୍ପାନୀ ସ୍ପେଶ୍ ଏକ୍ସ ସହାୟତାରେ ମହାକାଶକୁ ଗଲା ଭାରତୀୟ ସାଟେହାଇଟ୍ ଜିସାଟ୍-୨୦ । ସ୍ପେଶ୍ ଏକ୍ସର ଫାଲକନ୍‌-ନାଇନ୍ ଇସ୍ରୋର ଜିସାଟ୍-୨୦ ସାଟେଲାଇଟକୁ ସଫଳତାର ସହ ଉତକ୍ଷେପଣ କରିଛି । ଫ୍ଲୋରିଡାର କ୍ୟାପ୍ କାନାଭେରାଲ୍ ସ୍ପେଶ୍ ସେଣ୍ଟରରୁ ଏହି ଉତକ୍ଷେପଣ ହୋଇଛି । ୪ହଜାର ୭୦୦ କିଲୋଗ୍ରାମ ଓଜନର ଏହି ଉପଗ୍ରହଟି ମହାକାଶରେ ପହଞ୍ଚିଛି । 

Advertisment

କମ୍ୟୁନିକେଶନ୍ ଇନଫ୍ରାଷ୍ଟ୍ରକଚରକୁ ବଢାଇବା ପାଇଁ ଏହି ସାଟେଲାଇଟ୍ କାମ କରିବ । ଆଗାମୀ ୧୪ ବର୍ଷ ପାଇଁ ମହାକାଶରେ ରହି ଇସ୍ରୋ ପାଇଁ କାମ କରିବ ଏହି ସାଟେଲାଇଟ୍ । ଦେଶରେ ଅପହଞ୍ଚ ଅଞ୍ଚଳରେ ଭଲ ଇଣ୍ଟରନେଟ୍ ସେବା ଯୋଗାଇଦେବା ଦିଗରେ ଏହି ଉପଗ୍ରହଟି କାମ କରିବ । ବର୍ଷ ଆରମ୍ଭରୁ ଜାନୁଆରୀ ୩ ତାରିଖରେ ଏଲନ ମସ୍କଙ୍କ ସ୍ପେଶ୍‌ ଏକ୍ସ ସହ ଇସ୍ରୋ ଚୁକ୍ତି କରିଥିଲା । ଜିସାଟ୍-୨୦ ସାଟେଲାଇଟ୍ ଏତେ ଓଜନ ଯେ, ଭାରତୀୟ ରକେଟ୍ ପକ୍ଷେ ଏହାକୁ ମହାକାଶକୁ ପଠାଇବା ସମ୍ଭବ ନଥିଲା । ସେଥିପାଇଁ ଏହି ସାଟେଲାଇଟ୍‌କୁ ପଠାଇବାକୁ ସ୍ପେଶ୍‌-ଏକ୍ସର ସହଯୋଗ ନେଇଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ।