ଉପଗ୍ରହ ଉତକ୍ଷେପଣରେ ଇସ୍ରୋର ଶତକ । ଶ୍ରୀହରିକୋଟାରୁ ଲଞ୍ଚ ହେଲା ନାବିକ୍, ଆମେରିକା ଜିପିଏସ୍ ସିଷ୍ଟମକୁ ଦେବ ମାତ୍

Advertisment

ଆଜି ସକାଳ ୬ଟା ୨୩ରେ ନାବିକ୍-ଟୁ ମିଶନ ଲଞ୍ଚ ହୋଇଛି। ଶ୍ରୀହରିକୋଟାରୁ ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି। ନାବିକ୍‌ ସିଷ୍ଟମ ପାଇଁ ଏହି ସାଟେଲାଇଟକୁ ମହାକାଶରେ ଅବସ୍ଥାପିତ କରାଯିବ। ନାଭିକ ହେଉଛି ଭାରତର ରିଜିଓନାଲ ନାଭିଗେସନ ସାଟେଲାଟ୍‌ ସିଷ୍ଟମ। ଏହା ଆମେରିକାର ଜିପିଏସ୍‌ ଭଳି କାର୍ଯ୍ୟ କରେ। କାରଗିଲ ଯୁଦ୍ଧ ବେଳେ କାଶ୍ମୀରର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଜିପିଏସ୍‌ କାର୍ଯ୍ୟକ୍ଷମ ହୋଇନପାରିବାରୁ ଭାରତୀୟ ସେନାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

3isro

3isro Photograph: (3isro)

କନକ ବ୍ୟୁରୋ : ନୂଆ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ। ଅପଗ୍ରେଡ୍ ହେବ ଭାରତର ନାବିକ ସାଟେଲାଇଟ୍ । ଆଜି ସକାଳ ୬ଟା ୨୩ରେ ନାବିକ୍-ଟୁ ମିଶନ ଲଞ୍ଚ ହୋଇଛି। ଶ୍ରୀହରିକୋଟାରୁ ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି। ନାବିକ୍‌ ସିଷ୍ଟମ ପାଇଁ ଏହି ସାଟେଲାଇଟକୁ ମହାକାଶରେ ଅବସ୍ଥାପିତ କରାଯିବ। ନାଭିକ ହେଉଛି ଭାରତର ରିଜିଓନାଲ ନାଭିଗେସନ ସାଟେଲାଟ୍‌ ସିଷ୍ଟମ। ଏହା ଆମେରିକାର ଜିପିଏସ୍‌ ଭଳି କାର୍ଯ୍ୟ କରେ। କାରଗିଲ ଯୁଦ୍ଧ ବେଳେ କାଶ୍ମୀରର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଜିପିଏସ୍‌ କାର୍ଯ୍ୟକ୍ଷମ ହୋଇନପାରିବାରୁ ଭାରତୀୟ ସେନାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ଭାରତ ସରକାର ଦେଶର ନିଜସ୍ୱ ଜିପିଏସ୍‌ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଥିଲେ। ୧୯୯୯ ମସିହାରେ ନାବିକ ପାଇଁ  ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାକୁ ୨୦୧୩ରେ ଉତକ୍ଷେପଣ କରାଯାଇଥିଲା। ଆଜି ଏହି ଉପଗ୍ରହର ଅଧିକ ଉନ୍ନତ ଓ ବିକଶିତ ଢାଞ୍ଚାକୁ ଉତକ୍ଷେପଣ କରାଯିବ। ଏହା କାର୍ଯ୍ୟକାରୀ  ହେବା ପରେ ଯାନବାହନ, ଉଡ଼ାଜାହାଜ, ଜଳଜାହାଜ, ମୋବାଇଲ୍‌ ଫୋନ୍‌ ଆଦିର ଅବସ୍ଥିତି ନିରୂପଣ କରିବା ଅଧିକ ସହଜ ହୋଇପାରିବ। ଏହାସହ ପରିବେଶ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ସହ ଭୌଗୋଳିକ ସୂଚନା ଆଦି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।  ୧୯୭୯ ଅଗଷ୍ଟ ୧୦ରେ ପ୍ରଥମ ଥର ପାଇଁ ଶ୍ରୀହରିକୋଟାରୁ ସାଟେଲାଇଟ୍ ଲଞ୍ଚ ଭେଇକିଲ ବା ଏସଲଭିର ଲଞ୍ଚ କରାଯାଇଥିଲା, ଆଉ ଆଜି ଶହେତମ ଉତକ୍ଷେପଣ ହୋଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe