କନକ ବ୍ୟୁରୋ : ଇସ୍ରୋର ପ୍ରୋବା-୩ ମିଶନର ଆଜି ସଫଳ ଉତକ୍ଷେପଣ ହୋଇଛି। ଗତକାଲି ଅପରାହ୍ନ ୪ଟା ୪ ମିନିଟରେ ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ପ୍ରୋବା-୩ ଅଭିଯାନ ଉତକ୍ଷେପଣ ହୋଇଛି । ଉତକ୍ଷେପଣର ୧୮ ମିନିଟ୍ ମଧ୍ୟରେ ଏହି ସାଟେଲାଇଟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛି । ଇସ୍ରୋର ପ୍ରୋବା-୩ ମିଶନ ହେଉଛି ୟୁରୋପୀୟ ମହାକାଶ ଏଜେନ୍ସି (ଇଏସଏ)ର ଏକ ମିଶନ । ପ୍ରୋବା-୩ ମିଶନ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବ। ଇଏସ୍ଏ ଅନୁଯାୟୀ, ପ୍ରୋବା-୩ ମିଶନ ସୂର୍ଯ୍ୟଙ୍କ ବାୟୁମଣ୍ଡଳର ସବୁଠାରୁ ବାହ୍ୟ ଏବଂ ଉତ୍ତପ୍ତ ସ୍ତର ଉପରେ ଅଧ୍ୟୟନ କରିବ।  ୫୫୦ କିଲୋର ଏହି ସାଟେଲାଇଟକୁ ତିନିଟି ରକେଟ ସାହାଯ୍ୟରେ ପଠାଯାଇଛି ।

Advertisment

ଭାରତର ସବୁଠୁ ଭସାଯୋଗ୍ୟ ପିଏସଏଲଭି-ସି୫୯ ରକେଟ ଯୋଗେ ଏହି ସାଟେଲାଇଟକୁ ଲଞ୍ଚ କରାଯାଇଛି। । ସୂର୍ଯ୍ୟଙ୍କ ଚାରିପାଖ ଖୁବ୍‌ ଧୂଆଁଳିଆ ହୋଇଥିବାରୁ ଏହାକୁ ଖାଲି  ଆଖିରେ ଦେଖିବା ଅସମ୍ଭବ । ଏହା କେଉଁ ଉପାଦାନରେ ତିଆରି ହୋଇଛି ସାଟେଲାଇଟ୍‌ ମାଧ୍ୟମରେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ସୂର୍ଯ୍ୟଙ୍କ ଚତୁଃପାର୍ଶ୍ୱରେ ଦୁଇ ପ୍ରକାର କୋରୋନା ଯଥା ହାଇ-କୋରୋନା ଓ ଲୋ-କୋରୋନା ରହିଛି ।  ଅନେକ ସାଟେଲାଇଟ୍‌ ଏହାର ଅଧ୍ୟୟନ କରୁଛନ୍ତି, କିନ୍ତୁ ଉଭୟ ପରସ୍ତ ମଧ୍ୟରେ ଥିବା କଳା ଅଂଶର ଅଧ୍ୟୟନ କରିବ ପ୍ରୋବା-୦୩ । ଏହା ସୌର ପବନ ଓ କୋରୋନାଲ ମାସ୍‌ ଇଜେକ୍ସନ୍‌ର ମଧ୍ୟ ଅଧ୍ୟୟନ କରିବ ।  ଏହି ସାଟେଲାଇଟ୍‌ ଯୋଗୁ ବୈଜ୍ଞାନିକମାନେ ମହାକାଶର ପାଣିପାଗ ଓ ପବନର ଅଧ୍ୟୟନ କରିପାରିବେ । ପ୍ରୋବା-୩କୁ ବିଶ୍ବର ପ୍ରଥମ ପ୍ରିସିସନ୍ ଫର୍ମେସନ୍ ଫ୍ଲାଇଂ ମିଶନ ବୋଲି କୁହାଯାଉଛି। ପ୍ରୋବା-୩ ସ୍ପେସ୍‌କ୍ରାଫ୍ଟର ଦୁଇଟି ଅଂଶ ହେଉଛି- କରୋନାଗ୍ରାଫ୍ ଏବଂ ଅକଲ୍ଟର୍ । ଏହି ଦୁଇଟି ଅଂଶ ପରସ୍ପର ଠାରୁ ୧୫୦ ମିଟର ଦୂରତାରେ ନିଖୁଣ ସମନ୍ବୟ ରକ୍ଷା କରି ମହାକାଶରେ ବୁଲିବେ । ୩୧୦ କିଲୋ ଓଜନର କୋରୋନାଗ୍ରାଫ୍‌ ସ୍ପେସ୍‌କ୍ରାଫ୍ଟ ସୂର୍ୟ୍ୟ ଆଡ଼କୁ ମୁହଁ କରି ରହିବ । ଏଥିରେ ଥିବା ଉପକରଣ ସୂର୍ଯ୍ୟଙ୍କ ବାହ୍ୟ ଓ ଆଭ୍ୟନ୍ତର କୋରୋନା ମଧ୍ୟରେ ଦୂରତାକୁ ଅଧ୍ୟୟନ କରିବ ।  ଏହା ପୂର୍ବରୁ ୨୦୦୧ ରେ ପ୍ରୋବା-୧ ଓ ୨୦୦୯ ରେ ପ୍ରୋବା-୨ ଲଞ୍ଚ କରିଥିଲା ଇସ୍ରୋ ।