ନୂଆବର୍ଷ ପୂର୍ବରୁ ଚମତ୍କାର କରିବ ଇସ୍ରୋ । ଆଜି ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ସ୍ପେଡେକ୍ସ ମିଶନ

ନୂଆବର୍ଷ ପୂର୍ବରୁ ଚମତ୍କାର କରିବ ଇସ୍ରୋ । ଆଜି ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ସ୍ପେଡେକ୍ସ ମିଶନ । ଦୁଇ ସାଟେଲାଇଟ୍‌କୁ ଯୋଡ଼ି ଡକିଂ ଟେକ୍‌ନିକ୍ ହାସଲ ଲକ୍ଷ୍ୟ। ସଫଳ ହେଲେ ଏପରି କରିବାରେ ଚତୁର୍ଥ ଦେଶ ହେବ ଭାରତ।

12spedex

କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ଚମତ୍କାର କରିବାକୁ ଯାଉଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ଋଷ କରିପାରିଛନ୍ତି ତାହା କରିବାକୁ ଯାଉଛି ଭାରତ । ଇସ୍ରୋର ଏହି ଅଭିଯାନ ସଫଳ ହେଲେ ଏକରିବାରେ ଚତୁର୍ଥ ଦେଶ ହେବ ଭାରତ। ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ। ଆଜି ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍‌ଏଲ୍‌ଭି ସି୬୦ ବା ସ୍ପେଡେକ୍ସ ମିଶନ ଲଞ୍ଚ କରିବାକୁ ଯାଉଛି। ରାତି ୯ଟା ୫୮ରେ ଲଞ୍ଚ ପ୍ରୋଗ୍ରାମ ଆରମ୍ଭ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ବହୁପ୍ରତୀକ୍ଷିତ ମିଶନ ଲଞ୍ଚ ପାଇଁ ଇସ୍ରୋ ପ୍ରସ୍ତୁତି ଶେଷ କରିଛି। ମିଶନ ସଫଳ ହେଲେ ଭାରତକୁ ଆଗାମୀ ଚନ୍ଦ୍ରଯାନ-୪ ଅଭିଯାନ, ମହାକାଶରେ ସ୍ପେସ୍ ଷ୍ଟେସନ୍ ଏବଂ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବାରେ ସ୍ବପ୍ନ ସାକାର ଦିଗରେ ସହାୟକ ହେବ। 

ଇସ୍ରୋର ସ୍ପେଡେକ୍ସ ମିଶନ
- ମିଶନର ଲକ୍ଷ ମହାକାଶରେ ଦୁଇଟି ସାଟେଲାଇଟ୍‌କୁ ପରସ୍ପର ସହ ଯୋଡିବା
- ମହାକାଶ ବିଜ୍ଞାନ ଭାଷାରେ ଏହାକୁ ଡକିଂ ଓ ଅନ୍‌ଡକିଂ କୁହାଯାଏ
- ମିଶନର ଟାର୍ଗେଟ୍ ହାସଲ କରିବା ପାଇଁ ଅନେକ ରକେଟ୍ ଲଞ୍ଚ ଆବଶ୍ୟକ ବେଳେ ଡକିଂ ଟେକ୍‌ନିକ୍ ଜରୁରି
- ଡକିଂ ସିଷ୍ଟମ୍ ଦୁଇ ସାଟେଲାଇଟ୍ ମହାକାଶରେ ଯୋଡ଼ି ନୂଆ ଢାଞ୍ଚା ବନାଇବାର ପ୍ରକ୍ରିୟା
- ସ୍ପେଡେକ୍ସ ମିଶନରେ ଏସ୍‌ଡିଏକ୍ସ୦୧ ଚେଜର ଓ ଏସ୍‌ଡିଏକ୍ସ୦୨ ଟାର୍ଗେଟ୍‌କୁ ମହାକାଶରେ ଯୋଡିବ
- ଟାର୍ଟେଟ୍‌କୁ ଅଲଗା କରିବାର ଟେକ୍‌ନିକ୍‌ ମଧ୍ୟ ଦେଖାଇବ
- ମିଶନରେ କମ୍‌ ପ୍ରଭାବ ବିଶିଷ୍ଟ ମିଷ୍ଟମ ବ୍ୟବହାର ହେବ
- ଯାହା ଦ୍ବାରା ବିନା କୌଣସି କ୍ଷତିରେ ଡକିଂ ହୋଇପାରିବ
- ଏଥିରେ ହାଇ ରିଜୋଲ୍ୟୁସନ୍ କ୍ୟାମେରା ସହ ଅନେକ ଉପକରଣ ରହିଛି
- ୨୮ ହଜାର ୮୦୦ କିମି ଘଣ୍ଟା ପ୍ରତି ବେଗରେ ଗତି କରୁଥିବା ଦୁଇ କୃତ୍ରିମ ଉପଗ୍ରହକୁ ଯୋଡ଼ିବାକୁ ଉଦ୍ୟମ କରିବ
- ଏହି ସମୟରେ ଘଣ୍ଟାପ୍ରତି ବେଗ ୦.୦୩୬କିମିକୁ ହ୍ରାସ ହୋଇଯିବ
- ୨୨୦ କେଜି ବିଶିଷ୍ଟ ଦୁଇଟି ସ୍ପେସ୍‌କ୍ରାଫ୍ଟ ନେଇ ମହାକାଶକୁ ଯିବ ପିଏସ୍‌ଏଲ୍‌ଭି ସି୬୦ ରକେଟ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe