କନକବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଘନଉଛି ମହାଯୁଦ୍ଧ ଆଶଙ୍କା। ଇସ୍ରାଏଲ ବିରୋଧରେ ଇରାନ ଏବଂ ଅନ୍ୟ ଆତଙ୍କୀ ସଂଗଠନର ଲଢେଇ ଏବେ ଧର୍ମଯୁଦ୍ଧରେ ପରିଣତ ହୋଇଛି । ଇରାନ ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ଯୁଦ୍ଧଂଦେହୀ ଡାକରା ପରେ ଇସ୍ରାଏଲ ମଧ୍ୟ ଆହୁରି ଆକ୍ରମଣାତ୍ମକ ହୋଇଉଠିଛି । 

Advertisment

ଏକା ସମୟରେ ଲେବାନନରେ ପଶି ହିଜବୁଲ୍ଲା ଆଡ୍ଡା ନଷ୍ଟ କରି ଆତଙ୍କୀଙ୍କୁ ନିପାତ କରୁଥିବା ବେଳେ ଗାଜାରେ ହମାସ ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛି ଆଇଡିଏଫ । ସେପେଟ ଇରାନ ପକ୍ଷରୁ କରାଯାଇଥିବା ମିଶାଇଲ ଆକ୍ରମଣର ଜବାବ ଦେବାକୁ ସୁଯୋଗ ଅପେକ୍ଷାରେ ଛକି ବସିଛି ଇସ୍ରାଏଲ ସେନା ।

ହିଜବୁଲ୍ଲା ଉପରେ ଇସ୍ରାଏଲ ସେନା ଜୋରଦାର ହମଲା ଜାରି ରଖିଛି। ଆତଙ୍କୀ ସଂଗଠନର ମୂଳଦୁଆକୁ ସଫା କରିବାକୁ ଆଟାକ ଜାରି ଆଇଡିଏଫ। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନରେ ୨୫୦ରୁ ଅଧିକ ହିଜବୁଲ୍ଲା ଆତଙ୍କବାଦୀ ନିପାତ ହୋଇଥିବା ଆଇଡିଏଫ ଦାବି କରିଛି। ନିପାତ ହୋଇଥିବା ଆତଙ୍କୀ ମାନଙ୍କ ମଧ୍ୟରେ ହିଜବୁଲ୍ଲାର ବହୁ କମାଣ୍ଡର ରହିଛନ୍ତି ।

ଚାଲିଥିବା ଜୋରଦାର ଆକ୍ରମଣରେ ହିଜ୍‌ବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟକୁ ମଧ୍ୟ ଇସ୍ରାଏଲ ସେନା ଟାର୍ଗେଟ କରିଛି। ଆଇଡିଏଫ ପକ୍ଷରୁ ହିଜବୁଲ୍ଲାର ବିଭିନ୍ନ ଆଡ୍ଡା ଗୁଡିକୁ ଧ୍ବସଂ କରାଯିବା ସହ ଏୟାରଷ୍ଟ୍ରାଇକରେ ଲେବାନନ୍‌ରୁ ସିରିଆ ପର୍ୟ୍ୟନ୍ତ ଲମ୍ବିଥିବା ୩.୫ କି.ମିର ସୁଡ଼ଙ୍ଗକୁ ମଧ୍ୟ ନଷ୍ଟ କରାଯାଇଛି। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହିଜ୍‌ବୁଲ୍ଲାର ବହୁ ଅଟ୍ଟାଳିକା ଓ ଅସ୍ତ୍ରାଗାର ମଧ୍ୟ ଧ୍ବଂସ ପାଇଥିବା ଜଣାପଡିଛି। 

ଲେବାନନରେ ପେଜର, ୱାକିଟକି ହମଲା ପରେ ଭୟରେ ୟୁଏଇ, ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ପେଜର୍‌ ଏବଂ ଓ୍ବାକି ଟକି ନେବାକୁ ବାରଣ। କୌଣସି ଯାତ୍ରୀଙ୍କ ଠାରୁ ପେଜର୍‌ ଏବଂ ଓ୍ବାକି-ଟକି ମିଳିଲେ ଏହାକୁ ଦୁବାଇ ପୋଲିସ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପ୍ଟେମ୍ବର ୧୭ରେ ଲେବାନାନର ରାଜଧାନୀ ବେରୁଟ ସମେତ ଅନେକ ସ୍ଥାନରେ ପେଜରରେ ହଠାତ୍ ବିସ୍ଫୋରଣ ହୋଇଥିଲା। ବିଭିନ୍ନ ସ୍ଥାନରେ ଏକା ସମୟରେ ୫ହଜାରରୁ ଉର୍ଦ୍ଧ୍ବ ପେଜରରେ ବିସ୍ଫୋରଣ ହୋଇଥିଲା  ।

ଏଥିରେ ୩ହଜାରରୁ ଅଧିକ ଆତଙ୍କୀ ଆହତ ହୋଇଥିଲେ। ପରେ ୱାକିଟକିରେ ମଧ୍ୟ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଘଟଣା ପରେ ଲେବାନନରେ ମଧ୍ୟ ବିମାନ ଯାତ୍ରୀଙ୍କୁ ପେଜର ଓ ୱାକିଟକି ନେବାକୁ ବାରଣ କରାଯାଇଥିଲା । 

ଇରାନ୍‌ ବିରୋଧରେ ଇସ୍ରାଏଲକୁ ଉସକାଇଛନ୍ତି ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ୍‌ ଉପରେ ପ୍ରତିଶୋଧ ନେଉ ଇସ୍ରାଏଲ। ପାଲଟା ଆକ୍ରମଣ କରି ପ୍ରଥମେ ଇରାନ୍‌ର ପରମାଣୁ ଠିକଣା ଗୁଡିକୁ ମାଟିରେ ମିଶାଉ ଆଇଡିଏଫ, ପରେ ଅନ୍ୟ କଥା ଚିନ୍ତା କରିବ ବୋଲି କହିଛନ୍ତି ଟ୍ରମ୍ପ । ଉତ୍ତର କ୍ୟାରୋଲିନାରେ ଏକ କାର୍ଯ୍ୟକ୍ରମ ବେଳେ ସେ ଏଭଳି କିଛି ବିବାଦୀୟ ବୟାନ ସେ ଦେଇଛନ୍ତି ।

ଡୋନାଲ୍ଡ ଟ୍ରମ୍ପଙ୍କୁ ପଚରାଯାଇଥିଲା ଯେ ସେ ଇରାନ ବିଷୟରେ ସେ କ’ଣ ଭାବୁଛନ୍ତି, ସେ ଇରାନ ଉପରେ ଆକ୍ରମଣ କରିଥାନ୍ତେ କି? ଏହା ଉପରେ ସେ କହିଥିଲେ, ଯେଉଁ ପର୍ଯ୍ୟନ୍ତ  ସେମାନେ ପରମାଣୁ ଠିକଣା ଉପରେ ଆକ୍ରମଣ କରିନି ଇସ୍ରାଏଲ ସେ ପଯ୍ୟର୍ନ୍ତ ଇରାନକୁ କଡ଼ା ଜବାବ ମିଳିବନି ।  ଏହାପର୍ବୂରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇରାନ୍‌ର ଆଣବିକ ସ୍ଥାନ ଉପରେ ଆକ୍ରମଣକୁ ସମର୍ଥନ କରିବେ ନାହିଁ ବୋଲି କହିଥିଲେ।