ହୁତିର ଆକ୍ରମଣ ପରେ ଇସ୍ରାଏଲର ଅପରେସନ ୟମନ ଆରମ୍ଭ, ଆଇଡିଏଫ ଦେଇପାରେ ପାଲଟା ଜବାବ

Advertisment

ଟ୍ରମ୍ପଙ୍କ ଉପରେ ଆକ୍ରମଣ ଘଟଣାକ ନେଇ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଆଶ୍ଚର୍ଯ୍ୟଜନକ ତଥା ବିବାଦୀୟ ପୋଷ୍ଟ କରିଛନ୍ତି । ଏଲନ୍ ମସ୍କଙ୍କ ଏହି ଟୁଇଟ୍ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେଇଛି ।

ଟ୍ରମ୍ପଙ୍କ ଉପରେ ଆକ୍ରମଣ ଘଟଣାକ ନେଇ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ଆଶ୍ଚର୍ଯ୍ୟଜନକ ତଥା ବିବାଦୀୟ ପୋଷ୍ଟ କରିଛନ୍ତି । ଏଲନ୍ ମସ୍କଙ୍କ ଏହି ଟୁଇଟ୍ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେଇଛି ।

huti

କନକବ୍ୟୁରୋ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଲଢ଼େଇ ଜାରି ରହିଛି। ଅନ୍ୟପକ୍ଷରେ ଇରାନର ଛାୟା ସାମରିକ ସଂଗଠନ, ଯେଉଁମାନେ ହମାସର ସମର୍ଥକ, ସେମାନେ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରୁଛନ୍ତି। ୟେମେନର ହୁତି ଗୋଷ୍ଠୀ ମାଡ଼ କରିଥିବା ମଧ୍ୟ ଇସ୍ରାଏଲରେ ପଡ଼ିଛି। ଏହି ମିସାଇଲ ମାଡ଼ରେ ଇସ୍ରାଏଲରେ କେହି ମୃତାହତ ହୋଇନାହାନ୍ତି। ହୁତି ଗୋଷ୍ଠୀର କ୍ଷେପଣାସ୍ତ୍ର ଇସ୍ରାଏଲରେ ଏତେ ଆଭ୍ୟନ୍ତରୀଣ ଅଂଚଳକୁ ଭେଦ କରିବାରେ ସକ୍ଷମ ହୋଇଛି। ହୁତି ଗୋଷ୍ଠୀ କହିଛି ଯେ, ସେମାନେ ଏଥିପାଇଁ ହାଇପରସୋନିକ୍ ମିସାଇଲ ବ୍ୟବହାର କରିଛନ୍ତି। ଆଉ ଏହା ମତ୍ରେ ସାଢ଼େ ୧୧ ମିନିଟରେ ୨୦୪୦ କିଲୋମିଟର ଯାତ୍ରା କରିଛି।

ପ୍ରଥମେ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ଯେ, କ୍ଷେପଣାସ୍ତ୍ରଟି ଏକ ଖୋଲାଜାଗାରେ ପଡ଼ିଥିଲା। ତେବେ ପରେ ଏହା ମାନିଛି ଯେ, ଏକ ରେଲୱେ ଷ୍ଟେସନ ନିକଟରେ ପଡ଼ିଛି। କ୍ଷେପଣାସ୍ତ୍ରଟି ଠିକ୍ ପଡ଼ିବା ପୂର୍ବରୁ ଇସ୍ରାଏଲ ରାଜଧାନୀ ତେଲଅଭିଭ ଓ ଏହାର ଆଖପାଖ ଅଂଚଳ ଗୁଡ଼ିକରେ ସାଇରନ୍ ବାଜି ଉଠିଥିଲା ଓ ଲୋକମାନେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ।

ଏକ ଜରୁରୀକାଳିନ ବୈଠକ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ହୁତି ଗୋଷ୍ଠୀ ଏପରି ଆକ୍ରମଣ ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। ଇସ୍ରାଏଲ ଓ ହମାସ୍ ମଧ୍ୟରେ ଲଢ଼େଇ ଆରମ୍ଭ ହେବା ପରଠାରୁ ୟେମେନର ହୁତି ଗୋଷ୍ଠୀ ଓ ଲେବାନନର ହିଜବଲ୍ଲା ଗୋଷ୍ଠୀ ଇସ୍ରାଏଲକୁ ଟାର୍ଗେଟ୍ କରୁଛନ୍ତି। ଅବଶ୍ୟକୁ ପରଦା ପଛରେ ରହି ଇରାନ ହିଁ ଗୋଟିଚାଳନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe