କନକ ବ୍ୟୁରୋ: ଯୁଦ୍ଧଭୂମିରୁ ଆସୁଛି ବଡ ଖବର । ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖିଲା ଇସ୍ରାଏଲ । ମିଳିଥିବା ସୂଚନା ଅନୁସାରେ ଆମେରିକା ଇସ୍ରାଏଲର ଆକ୍ରମଣ ଯୋଜନା ସମ୍ବନ୍ଧିତ କିଛି ଦସ୍ତାବିଜ ପ୍ରଘଟ କରିବା ପରେ ଏବେ ଏହି ନିଷ୍ପତି ନିଆଯାଇଛି । କେବଳ ସେତିକି ନୁହେଁ ଆଇଡିଏଫ ଇରାନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି । ଅର୍ନ୍ତଜାତୀୟ ଗଣମାଧ୍ୟକ ରିପୋର୍ଟ ଅନୁସାରେ ଇରାନ ବିରୋଧରେ ଇସ୍ରାଏଲ ପାଖରେ ରହିଛି ପ୍ଲାନ ବି । କିନ୍ତୁ ବର୍ତ୍ତମାନ ତାକୁ କାର୍ୟ୍ୟକାରୀ କରିବନି । ସେପଟେ କେଉଁ ପରିସ୍ଥିତି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଲିକ ହୋଇଛି ସେନେଇ ତଦନ୍ତ କରୁଛି ଏଫବିଆଇ ।ଇସ୍ରାଏଲ ସେନାର ଯୋଜନା କାହିଁକି ଓ କେମିତି ପ୍ରଘଟ ହେଲା? ଆମେରିକାର ଭୂମିକା ପ୍ରକୃତରେ କ’ଣ ରହିଛି ସେନେଇ ତଦନ୍ତ କରୁଛି ।