କନକ ବ୍ୟୁରୋ : ସିରିଆ ଉପରେ ଇସ୍ରାଏଲର ବଡ ଆକ୍ରମଣ । ଅତର୍କିତ କ୍ଷେପଣାସ୍ତ୍ର ମାଡ଼ କରିଛି ଇସ୍ରାଏଲ। ସିରିଆ ଉପରେ ଅନେକ ଅଞ୍ଚଳରେ ଇସ୍ରାଏଲର ହମଲା । କେନ୍ଦ୍ରୀୟ ସିରିଆ ଉପରେ ଏକାଧିକ ହମଲାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଆହତ ହୋଇଛନ୍ତି । ସିରିଆର ଷ୍ଟେଟ୍‌ ମିଡିଆ ଏଜେନ୍ସି ରିପୋର୍ଟ କରିଛି ଯେ ସିରିଆର ବାୟୁସେନା କେନ୍ଦ୍ରୀୟ ଅଞ୍ଚଳର ଅନେକ ପଏଣ୍ଟକୁ ଟାର୍ଗେଟ କରି ଆକ୍ରମଣ କରିଥିଲା । ଏହି କାରଣରୁ ହାମା ପ୍ରଦେଶର ଏକ ରାଜପଥ ନଷ୍ଟ ହୋଇଯାଇଥିଲା ଏବଂ ଏଠାରେ ଅନେକ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି । ଆହତଙ୍କୁ ପଶ୍ଚିମ ହମାସ ପ୍ରଦେଶର ମାସିଆଫ ନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଡାକ୍ତରଖାନା ମୁଖ୍ୟ ଫୈସଲ ହାୟଦାର ସୂଚନା ଦେଇଛନ୍ତି । ସିରିଆର ଅବଜରଭେଟରୀ ଫର ହ୍ୟୁମାନ ରାଇଟ୍ସ କହିଛି ଯେ ଏହି ଆକ୍ରମଣ ମଧ୍ୟରୁ ଗୋଟିଏ ବୈଜ୍ଞାନିକ ଅନୁସନ୍ଧାନ କେନ୍ଦ୍ର ତଥା ମେସାଫର ଅନ୍ୟାନ୍ୟ ସ୍ଥାନକୁ ଟାର୍ଗେଟ କରିଛି । ଯେଉଁଠାରେ ସିରିଆରେ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଇରାନ ବିଶେଷଜ୍ଞ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ଇସ୍ରାଏଲ ସେନା ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ । 

Advertisment

ନିକଟ ଅତୀତରେ ଯୁଦ୍ଧ ଦ୍ୱାରା ପ୍ରଭାବିତ ସିରିଆର ସରକାରୀ ନିୟନ୍ତ୍ରିତ ଅଞ୍ଚଳରେ ଟାର୍ଗେଟ ଉପରେ ଇସ୍ରାଏଲ୍ ଶହ ଶହ ଷ୍ଟ୍ରାଇକ୍ କରିଛି, କିନ୍ତୁ ଏହି କାର୍ଯ୍ୟକଳାପକୁ କ୍ୱଚିତ୍ ସ୍ୱୀକାର କରିଛି କିମ୍ବା ଆଲୋଚନା କରି ନାହିଁ । ୱାଦି ଅଲ୍‌ ଉୟୁନ୍‌ ରାଜପଥ ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । ଏଥିରେ ୧୬ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ୩୬ ଆହତ ହୋଇଛନ୍ତି । ଗଣମାଧ୍ୟମ ‘ସାନା’ର ସୂଚନାନୁସାରେ, ରବିବାର ୮ଟା ୩୦ ମିନିଟ୍‌ (ସ୍ଥାନୀୟ ସମୟ)ରେ ମଧ୍ୟ ସିରିୟାର ତାରଟୋସ୍‌ ଓ ହାମା ରାଜ୍ୟରେ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନ ଦ୍ବାରା ଆକ୍ରମଣ ହୋଇଥିଲା । ଏଥିରେ ସ୍ଥାନୀୟ ଜନବସତିର ଅନେକ ଘର ଭାଙ୍ଗିଯାଇଛି । ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି ହାମାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା ମାହେର ଅଲ୍‌ ୟୁନେସ୍‌ କହିଛନ୍ତି । ଅପରପକ୍ଷରେ, ଏହି ଘଟଣାରେ, ବିଦେଶୀ ମିଡ଼ିଆ ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେ‌ବେନାହିଁ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କହିଛି । ସୂଚନାଯୋଗ୍ୟ ୨୦୧୧ ଆରବ ବିପ୍ଳବ ପରଠାରୁ ସିରିୟାର ଅଧିକାଂଶ ଅଞ୍ଚଳରେ ହିଜବୁଲ୍ଲା ନିଜର ଆଧିପତ୍ୟ ଜାହିର କରିଛି । ଇସ୍ରାଏଲ-ହମାସ ଯୁଦ୍ଧରେ ହିଜବୁଲ୍ଲା ହମାସକୁ ସମର୍ଥନ ଦେଇଛି । ଏହି କାରଣରୁ ୨୦୨୩ ଅକ୍ଟୋବର ୭ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ହମଲା ପରଠାରୁ ଆଇଡିଏଫ୍‌ ନିଜର ପ୍ରତିଆକ୍ରମଣ ରଣନୀତିରେ ସିରିୟାର ହିଜବୁଲ୍ଲା ଆଡ୍ଡା ଉପରେ ନିୟମିତ ବ୍ୟବଧାନରେ ଆକ୍ରମଣ କରିଆସୁଛି ।

ସିରିଆ ଉପରେ ବଡ଼ ଆକ୍ରମଣ

ସିରିଆ ଉପରେ ଇସ୍ରାଏଲ୍‌ ଅତର୍କିତ କ୍ଷେପଣାସ୍ତ୍ର ମାଡ଼ କରିଛି
ଅନେକ ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ସୂଚନା
୫୦ରୁ ଅଧିକ ଆହତ ହୋଇଛନ୍ତି ଏବଂ ଅଗ୍ନିକାଣ୍ଡ ଘଟିଛି
ଆହତଙ୍କୁ ପଶ୍ଚିମ ହମାସ ପ୍ରଦେଶର ମାସିଆଫ ନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି
ଅଲ୍‌ ଉୟୁନ୍‌ ରାଜପଥ ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି
୧୬ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ୩୬ ଆହତ ହୋଇଛନ୍ତି
ସିରିଆ ତାରଟୋସ୍‌ ଓ ହାମା ରାଜ୍ୟରେ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନ ଦ୍ବାରା ଆକ୍ରମଣ 
୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଆହତ ହୋଇଛନ୍ତି
୨୦୧୧ ଆରବ ବିପ୍ଳବ ପରଠାରୁ ସିରିୟାର ଅଧିକାଂଶ ଅଞ୍ଚଳରେ ହିଜବୁଲ୍ଲା ନିଜର ଆଧିପତ୍ୟ ଜାହିର କରିଛି । ଇସ୍ରାଏଲ-ହମାସ ଯୁଦ୍ଧରେ ହିଜବୁଲ୍ଲା ହମାସକୁ ସମର୍ଥନ ଦେଇଛି
ଏହି କାରଣରୁ ୨୦୨୩ ଅକ୍ଟୋବର ୭ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ହମ୍‌ଲା କରୁଛି
ଆଇଡିଏଫ୍‌ ସିରିଆରହିଜବୁଲ୍ଲା ଆଡ୍ଡା ଉପରେ ନିୟମିତ ବ୍ୟବଧାନରେ ଆକ୍ରମଣ କରିଆସୁଛି।