କନକ ବ୍ୟୁରୋ : ସେପ୍ଟେମ୍ବର ୨୧ । ହମାସ ମୁଖ୍ୟ ୟାହା ସିନୱାର ନିହତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ବିବୃତ୍ତି ଜାରି କରାଯାଇଥିଲା । ଟପ କମାଣ୍ଡର ମୃତ୍ୟୁ ବଡ ସଫଳତା ବୋଲି କହିଥିଲା ଇସ୍ରାଏଲ । ଏପରିକି ସେନାର ମିଶନ ଗାଜାକୁ ଅଧିକ ସହଜ କରିଥିଲା ସିନୱାର ମୃତ୍ୟୁ  । କିନ୍ତୁ କିଛି ଦିନ ନଯାଉଣୁ ଏବେ ଇସ୍ରାଏଲର ମୁଣ୍ଡ ବିନ୍ଧା ବଢ଼ିଛି  । କାରଣ ଇସ୍ରାଏଲ ସେନା ଦାବି କରିଛି ଯେ ଏବେବି ବଂଚିଛି ସିନୱାର । ଇସ୍ରାଏଲ ମିଲିଟାରୀ ଏଜେନ୍ସି ନିଜେ ହମାସ ମୁଖ୍ୟ ବଂଚିଥିବା କହିଛି । ନିକଟରେ ଏକ ଗୁପ୍ତ ଠିକଣାରୁ ସିନୱାର କତାର ସହ ଯୋଗାଯୋଗ କରିଛି । ଅନ୍ୟପଟେ ଏହି   ଖବରକୁ ଖଣ୍ଡନ କରିଛି କତାର ।

Advertisment

ଇସ୍ରାଏଲ ଏକଥା ବି ଆଶଙ୍କା ପ୍ରକାଶ କରୁଛି ଯେ—

ବଞ୍ଚିଛି ହମାସ ମୁଖ୍ୟ ସିନୱାର!
-ଗାଜାର ଗୁପ୍ତ ସୁଡଙ୍ଗରେ ଲୁଚିଛି ସିନୱାର 
-କାରଣ ଏବେବି ସିନୱାର ମୃତ୍ୟୁର କୌଣସି ଠୋସ ପ୍ରମାଣ ମିଳିନି
-କତାର ସହ ଫୋନ କଥାବାର୍ତ୍ତାର ପ୍ରମାଣ ସିନୱାର ବଂଚିଥିବା  ସମ୍ଭାବନାକୁ ବଢ଼ାଇଛି

ଏବେ ଜାଣିବା ହମାସର ଟପ କମାଣ୍ଡର ସିନୱାର କିଏ ?

-ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ
-ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସିନୱାର 
 -ଜୁଲାଇ ୩୧ରେ ହାନିୟା ମରିବା ପରେ ସିନୱାର ହମାସର ମୁଖ୍ୟ ହୋଇଥିଲା
-ଗାଜା ପଟ୍ଟିରେ ଜନ୍ମିତ ସିନୱାର ୨୨ବର୍ଷ ଜେଲରେ କାଟିଛି
-୨୦୧୧ରେ ହମାସରେ ଏଟ୍ରିଂ
-ବିଭତ୍ସ ହତ୍ୟା କରିବାରେ ଧୁରନ୍ଧର
-ଶତ୍ରୁମାନଙ୍କୁ ଜୀବନ୍ତ କବର ଦେଇ ପ୍ରତିଶୋଧ ନିଏ
-କ୍ରୁରତାର ଚରମସୀମା ଡେଇଁ ଶତ୍ରୁଙ୍କଠୁ ପ୍ରତିଶୋଧ ନିଏ
-୨୦୧୪ରେ ମଧ୍ୟ ତାର ମୃତ୍ୟ ଖବର ଗୁଜବ ସାବ୍ୟସ୍ତ ହୋଇଥିଲା 
-୨୦୧୫ରେ ଆମେରିକା ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରିଥିଲା
-ଇରାନର ଘନିଷ୍ଠ ହେଉଛି ସିନୱାର

ଯଦି ସିନୱାର ବଂଚିଥିବା ଖବର ସତ ହୁଏ ତେବେ ଇସ୍ରାଏଲ ବିରୋଧରେ ହମାସର ଆକ୍ରମଣ ଆହୁରି ଜୋରଦାର ହୋଇପାରେ । ହମାସର ଶକ୍ତି ବଢ଼ିବା ସହ ଯୁଦ୍ଧ ଅଧିକ ଆକ୍ରାଣାତ୍ମକ ହେବ ।