କନକ ବ୍ୟୁରୋ : ଶନିବାର ଗାଜା ଉପତ୍ୟକାରେ ଇସ୍ରାଏଲର ଆକ୍ରମଣରେ ୫୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଛି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏହା କହିଛନ୍ତି । ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଇସ୍ରାଏଲ ଏଭଳି ଏକ ଆକ୍ରମଣ କରିଛି । ମିଳିତ ଜାତିସଂଘ ପକ୍ଷରୁ ପ୍ରାୟ ୬ ଲକ୍ଷ ୪୦ ହଜାର ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବାକୁ ଲକ୍ଷ୍ୟ ଥିଲା । ହେଲେ ଏହାପୂର୍ବରୁ ଇସ୍ରାଏଲ ସେନା ହମାସ ଆତଙ୍କବାଦ ବିରୋଧରେ ଲଢେଇ ଜୋରଦାର କରିବାକୁ ଯାଇ ବଡ଼ ଆକ୍ରମଣ କରିଛି । ଗାଜା ଉପତ୍ୟକାରେ ଇସ୍ରାଏଲ ସେନା ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୧୧ ମାସରୁ ଅଧିକ ଦିନ ହେବ ଜାରି ରହିଛି ।
ସେପଟେ ଇସ୍ରାଏଲ-ଲେବାନନ୍ ସୀମାନ୍ତ ଅଞ୍ଚଳରେ ଇରାନ ସମର୍ଥିତ ହିଜବୁଲ୍ଲା ସହ ସଂଘର୍ଷ ମଧ୍ୟ ତୀବ୍ର ହୋଇଛି । ଏଥିରେ ଇରାନ ସମର୍ଥିତ ଇସଲାମିକ ଜିହାଦ ବାହିନୀର ସ୍ଥାନୀୟ କମାଣ୍ଡରଙ୍କ ସମେତ ଅତି କମରେ ୧୭ ଜଣ ପାଲେଷ୍ଟାଇନୀ ନିହତ ହୋଇଛନ୍ତି । ଗତ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଗାଜା ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରଠାରୁ ପଶ୍ଚିମ ତଟରେ ୬୬୦ରୁ ଅଧିକ ପ୍ରାଣ ହରାଇଛନ୍ତି ।
ପୋଲିଓ ଟିକାକରଣ ଅଭିଯାନ ପୂର୍ବରୁ ଗାଜା ଉପତ୍ୟକାରେ ଇସ୍ରାଏଲର ଆକ୍ରମଣ । ୫୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ
ଶନିବାର ଗାଜା ଉପତ୍ୟକାରେ ଇସ୍ରାଏଲର ଆକ୍ରମଣରେ ୫୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଛି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏହା କହିଛନ୍ତି । ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଇସ୍ରାଏଲ ଏଭଳି ଏକ ଆକ୍ରମଣ କରିଛି ।