କନକ ବ୍ୟୁରୋ: ଯୁଦ୍ଧ ବିରତି ଆଲୋଚନା ଭିତରେ ଗାଜାରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ । ଗୁରବାର ବିଳମ୍ବିତ ରାତିରେ ଗାଜାର କିଛି ଅଞ୍ଚଳକୁ ଟାର୍ଗେଟ୍ କରି ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଗାଜାରେ ଇସ୍ରାଏଲର ବଡ ଆକ୍ରମଣ। ଗାଜା ଉପତ୍ୟକାରେ ଇସ୍ରାଏଲ ର ଏୟାର ଷ୍ଟ୍ରାଇକରେ ଗାଜାରେ ୭୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିବା ଜଣାପଡିଛି । ଇସ୍ରାଏଲ-ହମାସ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ଆମେରିକାର ଘୋଷଣା ପରେ ଇସ୍ରାଏଲ ଏଭଳି କରିଛି ।

Advertisment

ଗାଜାରେ ଗତକାଲି ଉତ୍ସବର ମାହୋଲ ଥିଲା । ଏହାରି ଭିତରେ ସନ୍ଧ୍ୟା ସମୟରେ ଗାଜା ଷ୍ଟ୍ରିପର ଜନବହୁଳ ସ୍ଥାନ ଉପରେ ଆଇଡିଏଫର ବିମାନ ଏୟାରଷ୍ଟ୍ରାଇକ୍ କରିବା ଆରମ୍ଭ କରିଥିବା ଅନ୍ତର୍ୟାତୀୟ ଗଣମାଧ୍ୟମର ରିପୋର୍ଟ କହୁଛି । ଏହା ଫଳରେ ଅନେକ ଜୀବନହାନୀ ଘଟିଥିଲା । କହାଯାଉଛି ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଆହୁରି ମଧ୍ୟ ବଢିପାରେ । ତେବେ ଗାଜାରେ ଅଧିକ ସଂଖ୍ୟାରେ ମହଳା ଓ ଶିଶୁଙ୍କ ମୃତ୍ୟୁ ପୁରା ବିଶ୍ବ ମାନବିକତାକୁ ବାରମ୍ବାର ଆଘାତ ଦେଉଛି। ଯୁଦ୍ଧ ବନ୍ଦ ପରେ ବି ଇସ୍ରାଏଲର ଆକ୍ରମଣକୁ ଅନେକ ଦେଶ ନିନ୍ଦା କରୁଛନ୍ତି।