କନକ ବ୍ୟୁରୋ : ଗାଜା ଯୁଦ୍ଧବିରତି ଚୁକ୍ତି ଇସ୍ରାଏଲ କ୍ୟାବିନେଟର ଅନୁମୋଦନ । ଆସନ୍ତାକାଲି ଅର୍ଥାତ ରବିବାର ମୁକୁଳିବେ ୩୩ ପଣବନ୍ଦୀ । ପ୍ରତିବଦଳରେ ପ୍ରତି ମହିଳା ସୈନିକଙ୍କ ମୁକ୍ତି ପାଇଁ ୫୦ ପାଲେଷ୍ଟିନୀୟଙ୍କୁ ଛାଡ଼ିବ ହମାସ । ଯାହାଦ୍ବାର ଆଧୁନିକ ମାନବ ଇତିହାସର ଏକ ଲମ୍ବା ନରସଂହାର ଧାରା ଉପରେ ପଡିପାରେ ଶାନ୍ତିର ବିରାମ । ତେବେ ଏହି ଯୁଦ୍ଧ ଗତ ଦୁଇ ବର୍ଷ ଧରି ବିଶ୍ବରେ ଚର୍ଚ୍ଚା ଶିରୋନାମା ପାଲଟିଥିଲା । କେହି କାହାରିକୁ ଛାଡିବାକୁ ଥିଲେ ନାରାଜ । ଗୋଟିଏ ପଟେ ଇସ୍ରାଏଲ ଅନ୍ୟପଟେ ହମାସ ସଂଗଠନ । ଆମେରିକାର କୁଟନୀତି ବଳରେ ଯୁଦ୍ଧରେ ବିରତି ପଡିବ ବୋଲି କୁହାଯାଉଛି । ହମାସ କହିଛି, ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଏହି ଯୁଦ୍ଧବିରତି ଚୁକ୍ତି ସମ୍ଭବ ହୋଇପାରିଛି । ତେବେ ୩ଟି ପର୍ୟ୍ୟାୟରେ ଯୁଦ୍ଧ ବନ୍ଦର ଚୁକ୍ତି କରାଯିବ। ପ୍ରଥମ ଡିଲରେ ଇସ୍ରାଏଲର ବନ୍ଧକମାନଙ୍କୁ ହମାସ ମୁକ୍ତ କରିବ ବୋଲି ସର୍ତ୍ତ ରଖାଯାଇଛି ଉପରେ ରହିବ। ତେବେ ଆଗାମୀ ୬ ସପ୍ତାହ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହେବ। ଯାହା ଦ୍ବାରା ଯୁଦ୍ଧ ପୁରା ବନ୍ଦ ହୋଇଯିବ ବୋଲି ଆଶା କରାଯାଉଛି ।
ଇସ୍ରାଏଲ-ହମାସ ଯୁଦ୍ଧବିରତି-କ'ଣ ରହିଛି ଚୁକ୍ତିରେ?
ଦେଢ ବର୍ଷ ପରେ ବନ୍ଦ ହେବ ଇସ୍ରାଏଲ-ହମାସ ଯୁଦ୍ଧ ।
ଗାଜା ଯୁଦ୍ଧବିରତି ଚୁକ୍ତି ଇସ୍ରାଏଲ କ୍ୟାବିନେଟର ଅନୁମୋଦନ ।
ରବିବାର ମୁକୁଳିବେ ୩୩ ପଣବନ୍ଦୀ ।
୨୦୨୩ ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିଲା ଯୁଦ୍ଧ ।
ଇସ୍ରାଏଲ ଉପରେ ହଠାତ ଆକ୍ରମଣ କରିଥିଲା ହମାସ ।
ଆକ୍ରମଣରେ ୧୨୦୦ ଇସ୍ରାଏଲ ସୈନିକଙ୍କ ଜୀବନ ଯାଇଥିଲା ।
୨୫୦ରୁ ଅଧିକ ଲୋକଙ୍କୁ ବନ୍ଦୀ କରିନେଇଥିଲା ହମାସ ।
ହମାସର ଆକ୍ରମଣ ପରେ ଇସ୍ରାଏଲ ଆରମ୍ଭ କରିଥିଲା ଅପରେସନ ।
ଏବେ ସୁଦ୍ଧା ଇସ୍ରାଲଲ ଆକ୍ରମଣରେ ୪୬ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ।
୩ଟି ପର୍ୟ୍ୟାୟରେ ଯୁଦ୍ଧ ବନ୍ଦର ଚୁକ୍ତି କରାଯିବ ।
ପ୍ରଥମ ଚୁକ୍ତି ଅନୁସାରେ ଇସ୍ରାଏଲର ବନ୍ଧକମାନଙ୍କୁ ହମାସ ମୁକ୍ତ କରିବ ।
୨୦୨୩ ଆକ୍ରମଣରେ ବନ୍ଦୀ ହୋଇଥିବା ବନ୍ଧକମାନଙ୍କୁ ମୁକ୍ତ କରିବ ହମାସ ।
୬ ସପ୍ତାହ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହେବ ।
ଚୁକ୍ତି ଶେଷ କରିବା ପାଇଁ ଆମେରିକା, ଇଜିପ୍ଟ ଏବଂ କାତାର ସାମିଲ ହୋଇଛନ୍ତି ।
ଏହି ଚୁକ୍ତିନାମା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ସ୍ଥାପିତ ହୋଇଛି ।
ଏହା ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ସମର୍ଥିତ ବ୍ଲୁ ପ୍ରିଣ୍ଟ ଉପରେ ଆଧାରିତ ।