ଲେବନାନରେ ହିଜବୁଲ୍ଲା ଗୋଷ୍ଠୀର ଶିବିର ଉପରେ ଇସ୍ରାଏଲ ଆକ୍ରମଣ । ପେଜର ଓ ୱାକିଟକି ବିସ୍ଫୋରଣ ପରେ ତେଲଅଭିଭର ଆହୁରି କଡା ଆଭିମୁଖ୍ୟ

Advertisment

ଲଗାତର ଦୁଇ ଦିନ ଧରି ଲେବାନନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପ୍ରଥମେ ପେଜର ବିସ୍ଫୋରଣ ହୋଇଥିଲା ଓ ପରଦିନ ୱାକିଟକି ବିସ୍ଫୋରଣ ହୋଇଥିଲା। ଏଥିରୁ ୩୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ୪ ହଜାରରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ ହିଁ ଏପରି ବିସ୍ଫୋରଣ କରାଇଥିବା ସନ୍ଦେହ କରାଯାଉଛି। ହେଲେ ବେଞ୍ଜାମିନ ନେତାନ୍ୟାହୁ ସରକାର ଏହା ସ୍ବୀକାର କରିଛନ୍ତି ନା ଖଣ୍ଡନ କରିଛନ୍ତି।  

ଲଗାତର ଦୁଇ ଦିନ ଧରି ଲେବାନନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପ୍ରଥମେ ପେଜର ବିସ୍ଫୋରଣ ହୋଇଥିଲା ଓ ପରଦିନ ୱାକିଟକି ବିସ୍ଫୋରଣ ହୋଇଥିଲା। ଏଥିରୁ ୩୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ୪ ହଜାରରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ ହିଁ ଏପରି ବିସ୍ଫୋରଣ କରାଇଥିବା ସନ୍ଦେହ କରାଯାଉଛି। ହେଲେ ବେଞ୍ଜାମିନ ନେତାନ୍ୟାହୁ ସରକାର ଏହା ସ୍ବୀକାର କରିଛନ୍ତି ନା ଖଣ୍ଡନ କରିଛନ୍ତି।  

g'tet

କନକ ବ୍ୟୁରୋ :  ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ବଢ଼ିଚାଲିଛି। ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ବଢ଼ିଛି। ଲେବାନନରେ ପ୍ରଥମେ ପେଜର ଓ ପରେ ୱାକିଟକିରେ ବିସ୍ଫୋରଣ ଯୋଗୁଁ ହିଜବୁଲ୍ଲା ଗୋଷ୍ଠୀ ବହୁ ସଦସ୍ୟ ମୃତାହତ ହୋଇଛନ୍ତି । ଏହାପରେ ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ପଣ କରଛି ହିଜବୁଲ୍ଲା ଗୋଷ୍ଠୀ। ସେପଟେ ହିଜବୁଲ୍ଲା ଉପରେ ଆକ୍ରମଣକୁ ଆହୁରି ବଢ଼ାଇ ଦେଇଛି ଇସ୍ରାଏଲ। ଲେବାନନରେ ଥିବା ହିଜବୁଲ୍ଲାର ବିଭିନ୍ନ ସାମରିକ ଶିବିରକୁ ଟାର୍ଗେଟ୍ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫ। ସୁବଠୁ ବଡ଼ କଥା ହେଲା ହିଜବୁଲ୍ଲାର ମୁଖ୍ୟ ଯେତେବେଳେ ଟିଭିରେ ଇସ୍ରାଏଲ ଉପରେ ପ୍ରତିଶୋଧ କଥା କହୁଥିଲେ, ସେମୟରେ ଇସ୍ରାଏଲ ପକ୍ଷରୁ ଲେବାନନରେ ଆକ୍ରମଣ କରାଯାଇଛି। ଦକ୍ଷିଣ ଲେବାନନରେ ବିମାନ ଆକ୍ରମଣ କରିଛି ଆଇଡିଏଫ। ଲଗାତର ଦୁଇ ଦିନ ଧରି ଲେବାନନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପ୍ରଥମେ ପେଜର ବିସ୍ଫୋରଣ ହୋଇଥିଲା ଓ ପରଦିନ ୱାକିଟକି ବିସ୍ଫୋରଣ ହୋଇଥିଲା। ଏଥିରୁ ୩୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ୪ ହଜାରରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ ହିଁ ଏପରି ବିସ୍ଫୋରଣ କରାଇଥିବା ସନ୍ଦେହ କରାଯାଉଛି। ହେଲେ ବେଞ୍ଜାମିନ ନେତାନ୍ୟାହୁ ସରକାର ଏହା ସ୍ବୀକାର କରିଛନ୍ତି ନା ଖଣ୍ଡନ କରିଛନ୍ତି ।  

 ଇସ୍ରାଏଲ ଓ ଲେବାନନ ମଧ୍ୟରେ ବଡ଼ ଯୁଦ୍ଧ ଲାଗିଯିବାର ଭୟ ଦେଖାଦେଇଛି। କାରଣ ଇସ୍ରାଏଲ ଉପରେ ପ୍ରତିଶୋଧ ନିଆଯିବ ବୋଲି ହିଜବୁଲ୍ଲା ଗୋଷ୍ଠୀ ମୁଖ୍ୟ କହିଛନ୍ତି। ଗୋଷ୍ଠୀର ମୁଖ୍ୟ ସାୟଦ ହାସନ ନସରଲ୍ଲାହ କହିଛନ୍ତି, ‘ନିକଟରେ ଇସ୍ରାଏଲ ଦ୍ବାରା କରାଯାଇଥିବା ଆକ୍ରମଣକୁ ଯୁଦ୍ଧ ଘୋଷଣା ଭାବେ ଗ୍ରହଣ କରାଯାଇପାରେ। ଆଉ ଏହାର ଉଚିତ ଜବାବ ଦିଆଯିବ’ ବୋଲି ସେ କହିଛନ୍ତି। ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲ ଓ ପାଲେଷ୍ଟାଇନର ହମାସ୍ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ଚାଲିଛି। ତେବେ ଏହି ଯୁଦ୍ଧରେ ହମାସକୁ ସମର୍ଥନ କରି ଇସ୍ରାଏଲ ଉପରେ ହିଜବୁଲ୍ଲା ଗୋଷ୍ଠୀ ଆକ୍ରମଣ କରୁଛି। ଆଉ ଏହାର କଡ଼ା ଜବାବ ମଧ୍ୟ ଦେଉଛି ଇସ୍ରାଏଲ। ପରଦା ପଛରେ ରହି ଇରାନ ହିଁ ଗୋଟିଚାଳନା କରୁଛି। ଇସ୍ରାଏଲକୁ ଚାରିପଟୁ ଘେରିବାକୁ ଯୋଜନା କରୁଛି ଇରାନ। ଏଥିପାଇଁ ଗୋଟିଏ ପଟୁ ହିଜବୁଲ୍ଲା ଗୋଷ୍ଠୀ, ଅନ୍ୟପଟେ ହୁତି ଗୋଷ୍ଠୀ ଆକ୍ରମଣ କରୁଛନ୍ତି। ଉଭୟ ଗୋଷ୍ଠୀକୁ ସାମରିକ ଆର୍ଥିକ ସହାୟତା ସହ ତାଲିମ ଯୋଗାଇଆସୁଛି ଇରାନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe