ଇସ୍ରାଏଲ ସେନାର ବଡ ଦାବି: ହସ୍ପିଟାଲ ତଳେ ମିଳିଛି ହିଜବୁଲ୍ଲାର ଗୁପ୍ତଧନ ଠିକଣା

Advertisment

ମଧ୍ୟପ୍ରାଚ୍ୟ ଉତ୍ତେଜନା ଭିତରେ ବଡ ଖବର ସାମ୍ନାକୁ ଆସୁଛି । ଇସ୍ରାଏଲ ସେନାକୁ ମିଳିଛି ହିଜବୁଲ୍ଲାର ଗୁପ୍ତଧନ । ହସ୍ପିଟାଳ ତଳେ ବଙ୍କର ଓ ବଙ୍କର ଭିତରୁ ମିଳିଛି କୋଟି କୋଟି ଟଙ୍କା ଓ ସୁନାଗହଣା । ଏହି ଦାବି କରିଛି ଆଇଡିଏଫ ଓ ଏନେଇ ଏକ ଭିଡିଓ ମଧ୍ୟ ଜାରି କରିଛି ।

ମଧ୍ୟପ୍ରାଚ୍ୟ ଉତ୍ତେଜନା ଭିତରେ ବଡ ଖବର ସାମ୍ନାକୁ ଆସୁଛି । ଇସ୍ରାଏଲ ସେନାକୁ ମିଳିଛି ହିଜବୁଲ୍ଲାର ଗୁପ୍ତଧନ । ହସ୍ପିଟାଳ ତଳେ ବଙ୍କର ଓ ବଙ୍କର ଭିତରୁ ମିଳିଛି କୋଟି କୋଟି ଟଙ୍କା ଓ ସୁନାଗହଣା । ଏହି ଦାବି କରିଛି ଆଇଡିଏଫ ଓ ଏନେଇ ଏକ ଭିଡିଓ ମଧ୍ୟ ଜାରି କରିଛି ।

scs

କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟ ଉତ୍ତେଜନା ଭିତରେ ବଡ ଖବର ସାମ୍ନାକୁ ଆସୁଛି । ଇସ୍ରାଏଲ ସେନାକୁ ମିଳିଛି ହିଜବୁଲ୍ଲାର ଗୁପ୍ତଧନ । ହସ୍ପିଟାଳ ତଳେ ବଙ୍କର ଓ ବଙ୍କର ଭିତରୁ ମିଳିଛି କୋଟି କୋଟି ଟଙ୍କା ଓ ସୁନାଗହଣା । ଏହି ଦାବି କରିଛି ଆଇଡିଏଫ ଓ ଏନେଇ ଏକ ଭିଡିଓ ମଧ୍ୟ ଜାରି କରିଛି ।

ଏହି ଭିଡିଓକୁ ଜାରି କରି ଏବେ ବଡ ଦାବି କରିଛି ଇସ୍ରାଏଲ । ଦକ୍ଷିଣ ବେରୁଟର ଏହି ଜାଗାଟି ହେଉଛି ହିଜବୁଲ୍ଲାର ନିହତ ମାଷ୍ଟରମାଇଣ୍ଡ ହସନ ନସରଲ୍ଲାର । ଏହା ଏକ ବିଶାଳ ହସ୍ପିଟାଲ ଓ ଏହା ତଳେ ରହିଛି ଗୁପ୍ତ ବଙ୍କର ।  ଠିକ ଏହା ତଳେ ରହିଛି ହିଜବୁଲ୍ଲାର ବିଶାଳ ଗୁପ୍ତଧନ । ଏଠାରୁ ମିଳିଛି ୪୨ଶହ କୋଟି ନଗଦ ଟଙ୍କା  ଓ  ସୁନାଗହଣା । ଦକ୍ଷିଣ ବେରୁଟର ଦହିୟାହ-ଅଲ -ସାହେଲ ହସ୍ପିଟାଲ ତଳେ ଗୁପ୍ତଧନ ମିଳିଥିବା ଦାବି କରିଛନ୍ତି ଇସ୍ରାଏଲ ସେନାର ମୁଖପାତ୍ର  ଆଡମିରାଲ ଡ୍ୟାନିଏଲ ହଗାରୀ । ସେ କହିଛନ୍ତି ଆତଙ୍କୀଙ୍କ ପାଇଁ ଏହି ବଙ୍କର ବଡ଼ ଭୂମିକା ତୁଳାଉଥିଲା । ହସ୍ପିଟାଲ ତଳେ ରହିଛି ବଙ୍କର ।  ଏହା ଆତଙ୍କୀଙ୍କ ଆର୍ଥିକ ମେରୁଦଣ୍ଡ ।  ୪୨ଶହ କୋଟି ଟଙ୍କା ମୂଲ୍ୟର ସୁନା ଓ ନଗଦ ନୋଟବିଡା ମିଳିଛି । ଆତଙ୍କୀ ସଂଗଠନକୁ ଦୁର୍ବଳ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରାଏଲ । ସେଥିପାଇଁ ହିଜବୁଲ୍ଲାର ଆର୍ଥିକ ସ୍ରୋତକୁ ଭଙ୍ଗାଯାଉଛି । ଜବତ ଟଙ୍କା ଓ ଅଳଙ୍କାର ଫଟୋ ଓ ଭିଡିଓ ଜାରି କରିନି ଆଇଡିଏଫ କିନ୍ତୁ ଏହା ଏକ ଥ୍ରୀଡି ଆନିମେସନ ଗ୍ରାଫିକ୍ସ  ଭିଡିଓକୁ ନିଜ ଅଫିସିଆଲ ଆକାଉଁଟରେ ପୋଷ୍ଟ କରିଛି । ଆଇଡିଏଫ ଏକଥା ମଧ୍ୟ କହିଛି ଏଭଳି ଆହୁରି ଅନେକ ବଙ୍କର ବେରୁଟରେ ଥାଇପାରେ । ଏଥିସହ ହିଜବୁଲ୍ଲା ବିରୋଧରେ ଲେବାନନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଇସ୍ରାଏଲ ଅପିଲ କରିଛି ।  ଏବେ ଆସନ୍ତୁ ଜାଣିବା ଇସ୍ରାଏଲର ହିଜବୁଲ୍ଲା ବିରୋଧୀ ମିଶନ ଉପରେ 
ହସ୍ପିଟାଲ ତଳେ ହିଜବୁଲ୍ଲାର ଗୁପ୍ତଧନ
ଆତଙ୍କୀ ସଂଗଠନକୁ ମୂଳପୋଛ କରିବାକୁ କସରତ କରୁଛି ଇସ୍ରାଏଲ
ପ୍ରଥମେ ସଂଗଠନର ଛୋଟଛୋଟ ଆତଙ୍କୀକୁ ନିପାତ କରିଥିଲା
ପରେ ଜଣଙ୍କ ପରେ ଜଣେ କମାଣ୍ଡରଙ୍କୁ ହତ୍ୟା କଲା
ସଂଗଠନକୁ ଦୁର୍ବଳ କରିବାକୁ ମାଷ୍ଟରମାଇଣ୍ଡଙ୍କୁ ଟାର୍ଗେଟ କରୁଛି
ବର୍ତ୍ତମାନ ଆତଙ୍କୀଙ୍କ ଆର୍ଥିକ ଠିକଣାରେ ଚଢ଼ାଉ କରୁଛି
ଲେବାନନରେ ହିଜବୁଲ୍ଲାର ୩୦ଟି ଗୁପ୍ତଧନ ଠିକଣା ରହିଛି 
ଗୁଇନ୍ଦା ସୂଚନା ଆଧାରରେ ଚଢ଼ାଉ କରି କୋଟିକୋଟି ଟଙ୍କା ଜବତ କରୁଛି

ଇସ୍ରାଏଲ ଏକଥା ମଧ୍ୟ କହିଛି ଯେ ଗୋଟେପଟେ ଲେବାନନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ହିଜବୁଲ୍ଲା ଏମାନଙ୍କୁ ଶୋଷଣ କରି ଓ ଅନ୍ୟ ସମର୍ଥିତ ଦେଶମାନଙ୍କଠୁ ମୋଟା ଅଙ୍କର ଆର୍ଥିକ ସାହାଯ୍ୟ ନେଇ କୋଟିକୋଟି ଟଙ୍କା ଠୁଳ କରୁଛି । ଏବେ ଜବତ ସମସ୍ତ ଟଙ୍କା ଓ ଅଳଙ୍କାରକୁ ଲେବାନନର ପୁର୍ନନିର୍ମାଣରେ ବିନିଯୋଗ କରାଯିବ । ଇସ୍ରାଏଲର କେବଳ ଗୋଟିଏ ମାତ୍ର ଲକ୍ଷ୍ୟ ହିଜବୁଲ୍ଲାକୁ ମାଟିରେ ମିଶାଇବା ଓ ଲେବାନନବାସୀଙ୍କ ସହ କୌଣସି ଶତ୍ରୁତା ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe