କନକ ବ୍ୟୁରୋ: ଲେବାନନ ସୀମାରେ ପଶିଲା ଇସ୍ରାଏଲ ସେନା । ଆଗକୁ ଆହୁରି ଭୟଙ୍କର ହେବ ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧ। ଇସ୍ରାଇଲ ରାଷ୍ଟ୍ରପତିଙ୍କ ଆହ୍ୱାନକୁ ସ୍ୱୀକାର କଲା  ହିଜବୁଲ୍ଲା ଡେପୁଟି ମୁଖ୍ୟ । ସ୍ଥଳପଥରେ ସିଧାସଳଖ ଯୁଦ୍ଧ ପାଇଁ ଆହ୍ବାନ ଦେଇଥିବାଳେ ସେମାନେ ପ୍ରସ୍ତତ ଅଛନ୍ତି ବୋଲି କହିଛନ୍ତି ସେଖ୍ ନାଇମ କ୍ୱାସେମ । ଏହାରି ଭିତରେ ଇସ୍ରାଏଲ ସେନା ଲେବାନନ ସୀମାରେ ପ୍ରବେସ କରିବା ସୂଚନା ମିଳୁଛି । 

Advertisment

ହିଜବୁଲ୍ଲାକୁ ସମ୍ପୂର୍ଣ୍ଣ ନିପାତ ପାଇଁ ଅପରେସନ ନ୍ୟୁ ଅର୍ଡରକୁ ଆହୁରି ବ୍ୟାପକ କରିଛି ଇସ୍ରାଏଲ । ଗତ ସପ୍ତାହ ଭିତରେ ଇସ୍ରାଏଲ ଏହାର ଆକ୍ରମଣକୁ ଆହୁରି ଘାତକ କରିଛି । ପେଜର, ୱାକିଟକି ବିସ୍ଫୋରଣ ପରେ ହିଜବୁଲ୍ଲାର ଟପ ଅର୍ଡରକୁ ନିପାତ କରିଛି ଇସ୍ରାଏଲ । ଏହାପରେ ଲେବାନନରୁ ଅପରେଟ ହେଉଥିବା ହିଜବୁଲ୍ଲାର ଅନ୍ୟ ଟାର୍ଗେଟକୁ ଧ୍ୱଂସ କରିବା ପାଇଁ ଆଗେଇ ଆସିଛି ଇସ୍ରାଏଲର ଆଇଡିଏଫ ସେନା । ସେପଟେ ଇରାନ ଲେବାନନ ସମର୍ଥନରେ ବାହାରିଛି । ଇସଲାମିକ ରାଷ୍ଟ୍ରସମୂହକୁ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି ଇରାନର ସର୍ବୋଚ୍ଚ ନେତା ଅଲି ଖେମେନି ।