କନକବ୍ୟୁରୋ : ସିରିଆରେ ଏକ ବଡ ଅଭିଯାନ ସଫଳ ହୋଇଛି ୨୦୨୪ରେ ହୋଇଥିବା କ୍ଷେପଣାସ୍ତ୍ର ତାହା ଏବେ ସଫଳ ହୋଇଛି , ଯାହାର ସବିଶେଷ ବିବରଣୀ ପ୍ରକାଶ ପାଇଛି ଏହି ଅଭିଯାନରେ ୧୨୦ କମାଣ୍ତୋ ସିରିଆରେ ପଶି ଇରାନ ଦ୍ୱାର ହୋଇଥିବା ଭୂତଳ କ୍ଷେପଣାସ୍ତ୍ର କାରଖାନାକୁ କେବଳ ୩ ଘଣ୍ଟାରେ ଧ୍ୱଂସ୍ୱ କରିଦେଇଥିଲା ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି
ସୁଚନା ଅନୁଯାୟୀ ୮ ସେପ୍ଟେମ୍ୱର ରେ ହୋଇଥିବା ଏକ ଅପେରସନ ମେନିଓ୍ୱେଜ ବିଷୟରେ ଖୁଲାସା କରିଛି ବାୟୁସେନା ଏହି ଆକ୍ରମଣରେ ସିରିଆର ଇରାନ କ୍ଷେପଣାସ୍ତ୍ର ଅଭିଯାନ ଈରାନର ମେରୁଦଣ୍ତ ଭାଙ୍ଗିଯାଇଥିବା କୁହାଯାଇଛି ପଶ୍ଚିମ ସିରିଆରେ ଥିବା ଏହି କ୍ଷେପଣାସ୍ତ୍ର କେନ୍ଦ୍ରର ନାଁ ଥିଲା ଡିପ ଲେୟରୀ ଏଥିସହ ଇସ୍ରାଏଲ ଅଧିକାରୀ ଦାବି ଅନୁଯାୟୀ ଏହା ଇରାନର କ୍ଷେପଣାସ୍ତ୍ର ଉତ୍ପାଦନ କାର୍ୟ୍ୟକ୍ରମର ଏକ ପ୍ରମୁଖ ପରିଯୋଜନା ଲୋବେନାନର ଏକ ପରିଯୋଜନା ଲେବୋନାନ ହଜୋବଲକୁ କ୍ଷେପଣାସ୍ତ୍ର ଯୋଗାଣକୁ ଉଦ୍ଧିଷ୍ଟ ହୋଇଥିଲା ଇସ୍ରାଏଲ ସେନାକୁ ବିନା କ୍ଷତି ପହଂଚାଇ ଏହି ଇସ୍ରାଏଲ ପରିଚାଳନା କରାଯାଇଥିବା ଇସ୍ରାଏଲ ଅଧିକାରୀ କହିଛନ୍ତି
ଭୂତଳ ନିର୍ମିତ ଏହି କ୍ଷେପଣାସ୍ତ୍ର କାରଖାନାର ଆକୃତି ଏକ ଘୋଡା ଖୁରା ପରି ଥିଲା, ଯାହାର ତିନୋଟି ପ୍ରବେଶ ଦ୍ୱାର ଥିଲା। ଏଥିରୁ ଗୋଟିଏ ଦ୍ୱାର ଦେଇ କଞ୍ଚାମାଲ ଅଣାଯାଉଥିଲା, ଦ୍ୱିତୀୟ ଦ୍ୱାର ଦେଇ କ୍ଷେପଣାସ୍ତ୍ର ଗୁଡ଼ିକୁ ବାହାରକୁ ଅଣାଯାଉଥିଲା। ଲଜିଷ୍ଟିକ୍ସ ଏବଂ ଅଫିସରେ ପହଞ୍ଚିବା ପାଇଁ ତୃତୀୟ ଦ୍ୱାର ଥିଲା। ଆଇଏଏଫ୍ ଆକଳନ କରିଛି ଯେ କାରଖାନାରେ ବାର୍ଷିକ ୧୦୦ରୁ ୩୦୦ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଉତ୍ପାଦନ ହେବା ଭଳି କ୍ଷମତା ଥିଲା।
ରଣନୈତିକ ଦୃଷ୍ଟିରୁ ଇସ୍ରାଏଲ୍ ସୀମାର ମାତ୍ର ୨୦୦ କିଲୋମିଟର ଉତ୍ତରରେ ଏବଂ ସିରିଆର ପଶ୍ଚିମ ଉପକୂଳଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି କାରଖାନା ଦ୍ୱାରା ଇରାନ ହିଜବୁଲ୍ଲା ପାଇଁ ଅସ୍ତ୍ରଶସ୍ତ୍ର ପରିବହନ କରିବା ସହ ଇସ୍ରାଏଲ ଆକ୍ରମଣକୁ ରୋକିବା ପାଇଁ ଏକ ମାଧ୍ୟମ ଯୋଗାଇ ଦେଇଥିଲା। ହିଜବୁଲ୍ଲାକୁ ସିରିଆ ସୀମାରୁ ସିଧାସଳଖ କ୍ଷେପଣାସ୍ତ୍ର ଯୋଗାଇବାକୁ ସକ୍ଷମ ହୋଇଥିଲା ଇରାନ । ତେଣୁ ଇସ୍ରାଏଲ ଏହାକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇଥିଲା। ଅନୁକୂଳ ପାଣିପାଗ କାରଣରୁ ମିଶନର ତାରିଖ ଚୟନ କରାଯାଇଥିଲା। ବ୍ୟାପକ ଗୁପ୍ତଚର ତଥ୍ୟ ସହ ଏହି ଅପରେସନର ଲେଆଉଟ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା।