କନକ ବ୍ୟୁରୋ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଇସ୍ରାଏଲ ରାଷ୍ଟ୍ରଦୂତ ରୁବେନ ଆଜାର । ନିକଟରେ ହମାସ ଇସ୍ରାଏଲ ଯୁଦ୍ଧକୁ ନେଇ ପ୍ରୟଙ୍କା ଗାନ୍ଧୀ ଭଦ୍ରା ଏକ ଟିପ୍ପଣୀ ଦେଇଥିଲେ । ଇସ୍ରାଏଲ ନରସଂହାର କରୁଛି ବୋଲି କହିଥିଲେ ସାଂସଦ ।ନିକଟରେ ହମାସ ଆତଙ୍କବାଦୀ କହି ୫ଜଣ ଅଲ ଜରଜୀର ସାମ୍ବାଦିଙ୍କୁ ମାରିଥିଲା ଇସ୍ରାଏଲ ।
ଏହା ଉପରେ ବୟାନ ଦେଇଥିଲେ ପ୍ରିୟଙ୍କା । ରୁବେନ କହିଛନ୍ତି ପ୍ରିୟଙ୍କାଙ୍କ ଏଭଳି ବୟାନ ନିନ୍ଦନୀୟ । ହମାସ ନିରୀହ ଲୋକଙ୍କୁ ମାରୁଛି ଓ ସେମାନଙ୍କୁ ନିପାତ କରୁଛି ଇସ୍ରାଏଲ ।ଏହା ଉପରେ ପ୍ରଶ୍ନ ଉଠାଇବାର କି ଆବଶ୍ୟକତା ରହିଛି ।