କନକ ବ୍ୟୁରୋ : ଇସ୍ରାଏଲ ପୂର୍ବ ଲେବାନନରେ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଛି। ଏୟାର ଷ୍ଟ୍ରାଇକ୍ ଯୋଗୁ ପୁଣି ଥରେ ଅଞ୍ଚଳରେ ସଙ୍କଟ ବଢ଼ିବାଲେ ଲାଗିଛି। ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଅନୁଯାୟୀ, ଏୟାର ଷ୍ଟ୍ରାଇକ୍‌ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଇରାନ-ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ନିଶ୍ଚିତ କରିଛି ଯେ, ମୃତକଙ୍କ ମଧ୍ୟରେ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡର ମଧ୍ୟ ଅଛନ୍ତି। ନଭେମ୍ବର ୨୨୦୨୪ରେ ଯୁଦ୍ଧ ଶେଷ ହେବା ପରଠାରୁ ଏହାକୁ ଲେବାନନରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି ।

Advertisment

ଇସ୍ରାଏଲ ଦାବି କରିଛି, ସୈନ୍ୟମାନେ ବେକା ଉପତ୍ୟକାର ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲେ ।ଯାହାକୁ ନେଇ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଚୁକ୍ତିନାମା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । ବେକା ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲ ଦକ୍ଷିଣ ଲେବାନନରେ ଥିବା ଏକ ପାଲେଷ୍ଟାଇନୀ ଶରଣାର୍ଥୀ ଶିବିର ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ୍ କରିଥିଲା। ସୋସିଆଲ ମିଡିଆ ଏକ୍ସରେ ଜାରି ଏକ ବିବୃତିରେ, ଇସ୍ରାଏଲୀ ସେନା ଦାବି କରିଛି ଯେ, ଆଇନ ଅଲ-ହେଲୱେ ଅଞ୍ଚଳରେ ଥିବା ଏକ ହମାସ କମାଣ୍ଡ ସେଣ୍ଟରକୁ ଟାର୍ଗେଟ କରାଯାଇଥିଲା। ସିଡୋନ ସହର ଉପକଣ୍ଠରେ ଅବସ୍ଥିତ ଘନ ଜନବସତି ଅଞ୍ଚଳରେ ଥିବା ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଅଧିକ ପଢ଼ନ୍ତୁ---ରୁଷକୁ ବିଶ୍ବାସ ନାହିଁ: ସୀମାରେ ଲାଣ୍ଡମାଇନ୍ ବିଛାଇବାକୁ ଘୋଷଣା କଲା ପୋଲାଣ୍ଡ