କନକ ବ୍ୟୁରୋ : ଇସ୍ରାଏଲ ଉପରେ ଇରାନର ମିସାଇଲ ମାଡ଼ ପରେ ମଧ୍ୟପ୍ରାଚ୍ୟରେ ଅଶାନ୍ତ ବାତାବରଣ । ଇରାନର ତେଲ ଡିପୋ ଉପରେ ଟାର୍ଗେଟ୍ କରିଛି ଇସ୍ରାଏଲ । ଫଳରେ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଭାରତୀୟ ଅର୍ଥନୀତି ପାଇଁ ବଡ ଝଟ୍କା ହୋଇପାରେ । ଯୁଦ୍ଧ ବଢିଲେ ତେଲଠାରୁ ଆରମ୍ଭ କରି ବାଣିଜ୍ୟିକ ସମ୍ପର୍କ ପ୍ରଭାବିତ ହେବାର ଆଶଙ୍କା ରହିଛି । ଯୁଦ୍ଧ ସ୍ଥିତିରେ ଅଶୌଧିତ ତେଳ ଦର ଏବେ ଉପରମୁହାଁ । ଆଗକୁ ଏହା ଆହୁରି ବଢିପାରେ । ବ୍ୟାରେଲ୍ ପିଛା ବ୍ରେଣ୍ଟ୍ କ୍ରୁଡ୍ ଦର ୭୫ ଡଲାର ଛୁଇଁଛି । ଏହା ବଢିଚାଲିଲେ ସାଧାରଣ ଖାଉଟିଙ୍କୁ ଝଟ୍କା ମିଳିପାରେ ।
- ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ରକେଟ୍ ବେଗରେ ବଢିଥିଲା ଅଶୋଧିତ ତୈଳ
- ଭାରତ ଆବଶ୍ୟକତାର ୮୦ ପ୍ରତିଶତ ଆମଦାନୀ ମାଧ୍ୟମରେ ପୂରଣ କରେ
- ଅଶୋଧିତ ତେଲ ଦର ୧ ଡଲାର ବୃଦ୍ଧି ହେଲେ ଭାରତରେ ୬୦ରୁ ୮୦ ପଇସା ବୃଦ୍ଧି ହୋଇପାରେ
- ଭାରତ ଓ ମଧ୍ୟପ୍ରାଚ୍ୟ ମଧ୍ୟରେ ଦ୍ବିପାକ୍ଷିକ ବ୍ୟପାର ୧୯ ହଜାର ୫୦୦ କୋଟି ଡଲାର
- ମଧ୍ୟପ୍ରାଚ୍ୟକୁ ଯନ୍ତ୍ରପାତିଠୁ ଔଷଧ ପର୍ୟ୍ୟନ୍ତ ରପ୍ତାନୀ କରିଥାଏ ଭାରତ
- ଦେଶକୁ ଆସିଥାଏ ତୈଳ, ପ୍ରାକୃତିକ ଗ୍ୟାସ୍ ଓ ସାର