କନକ ବ୍ୟୁରୋ: ଇସ୍ରାଏଲ ଇରାନ  ଯୁଦ୍ଧ ଭିତରେ ଇରାନର ବିଦେଶ ମନ୍ତ୍ରୀ ସୟଦ ଅବାସ ଅରଘଚୀ ପାକିସ୍ତାନ ଗସ୍ତରେ ଯାଇଛନ୍ତି । ସୂଚନା ଅନୁସାରେ ଆବାସ  ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଅଛନ୍ତି , ପଶ୍ଚିମ ଏସିଆରେ ଅଶାନ୍ତି ଓ ପାକିସ୍ତାନ ସହ ସମ୍ପର୍କକୁ ମଜବୁତ ପାଇଁ ଇରାନର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିଛନ୍ତି । ସେପେଟ ଇରାନର ବୈଦେଶିକ ମନ୍ତ୍ରୀଙ୍କ ଗସ୍ତକୁ ନେଇ ପାକିସ୍ତାନ କହିଛି ବାଣିଜ୍ୟ, ଉର୍ଜ୍ଜା ଏବଂ ସୁରକ୍ଷାର ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ । ପୂର୍ବରୁ ସବୁବେଳେ ପାକିସ୍ତାନ ଇରାନ କୁ ସମର୍ଥନ କରିଛି ଏବଂ ଚର୍ଚ୍ଚା ହେଉଛି ଇରାନ ଇସ୍ରାଏଲ ଯୁଦ୍ଧ ଭିତରେ ପାକିସ୍ତାନ ଯେପରି କିଛି ସମସ୍ୟା ସୃଷ୍ଟି ନକରୁ ଇରାନ ପାକିସ୍ତାନକୁ ଜଣାଇଛି ।