କନକ ବ୍ୟୁରୋ : ହମାସ ମୁଖ୍ୟ ୟାହ୍ୟା ସିନୱାରକୁ ହତ୍ୟା ପରେ ବିପଦରେ ଇସ୍ରାଲଲ ପ୍ରଧାନମନ୍ତ୍ରୀଙ୍କ ଜୀବନ । ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଟାର୍ଗେଟ କରି ଆକ୍ରମଣ କରିଛି ହିଜବୁଲ୍ଲା । ନେତାନ୍ୟାହୁଙ୍କ ପୈତୃକ ବାସଭବନକୁ ଡ୍ରୋନ ଯୋଗେ ଟାର୍ଗେଟ୍ କରାଯାଇଛି । ଲେବାନନ୍ ପକ୍ଷରୁ ୩ଟି ଡ୍ରୋନ୍ ଯୋଗେ ଏହି ଆକ୍ରମଣ କରାଯାଇଥିବା ସୂଚନା ଦେଇଛି ଆଇଡିଏଫ । ଏଥିରୁ ଗୋଟିଏ ଡ୍ରୋନ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପୈତୃକ ବାସଭବନ ଉପରେ ପଡିଛି । ଅନ୍ୟ ୨ଟି ଡ୍ରୋନ ଖୋଲା ସ୍ଥାନରେ ପଡିଛି । ତେବେ ଆକ୍ରମଣ ସମୟରେ ନେତାନ୍ୟାହୁ କିମ୍ବା ତାଙ୍କ ପତ୍ନୀ ଘରେ ନଥିବାରୁ ତାଙ୍କ ଜୀବନ ବର୍ତ୍ତି ଯାଇଛି । ସିନୱାରକୁ ଯେପରି ହତ୍ୟା କରାଯାଇଛି ଠିକ ସେହିପରି ନେତାନ୍ୟାହୁଙ୍କୁ ମଧ୍ୟ ହତ୍ୟା କରି ପ୍ରତିଶୋଧ ନେବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି ।
- ହିଜବୁଲ୍ଲା ଟାର୍ଗେଟ୍ରେ ନେତାନ୍ୟାହୁଙ୍କ ଘର
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ୍ ମାଡ଼
ତେବେରିଆସ୍ ସ୍ଥିତ ନେତାନ୍ୟାହୁଙ୍କ ପୈତୃକ ଘର ଉପରେ ଆକ୍ରମଣ
ଡ୍ରୋନକୁ ଅଟକାଇବାରେ ବିଫଳ ଏୟାର ଡିଫେନ୍ସ ସିଷ୍ଟମ୍
ଅନ୍ୟ ଦୁଇଟି ରକେଟକୁ ନଷ୍ଟ କଲା ଇସ୍ରାଏଲ ବାୟୁସେନା
ଆକ୍ରମଣରେ ମୃତାହତର ନାହିଁ କୌଣସି ସୂଚନା
ଉତ୍ତର ତେଲ ଅବିବ୍ରେ ରକେଟ୍ ଆକ୍ରମଣର ଘନ ଘନ ସାଇରନ୍
ହମାସ ମୁଖ୍ୟ ୟାହ୍ୟା ସିନୱାର ହତ୍ୟାର ପ୍ରତିଶୋଧ ନେବାକୁ ଆକ୍ରମଣ
ଡ୍ରୋନ ଆକ୍ରମଣକୁ ଅଟକାଇବାରେ ବିଫଳ ହୋଇଛି ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା । ଯେଉଁ ଆଇରନ ଡୋମକୁ ନେଇ ଗର୍ବ କରେ ଇସ୍ରାଏଲ ତାହା ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସୁରକ୍ଷା ଦେବାରେ ଏକ ପ୍ରକାର ବିଫଳ ହୋଇଛି । ଲେବାନନ ପଟୁ ଡ୍ରୋନ ଆକ୍ରମଣ ହୋଇଥିବା ବେଳେ ଏହା ଇସ୍ରାଏଲ ସୀମାର ୭୦ କିଲୋମିଟର ଭିତରକୁ ପ୍ରବେଶ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଘରେ ଆକ୍ରମଣର ଯୋଜନା ମଧ୍ୟ ସଫଳ ହୋଇଛି । ଆଉ ବିଶ୍ବର ଶ୍ରେଷ୍ଠ ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ଏହାକୁ ଅଟକାଇ ପାରିନି । ତେବେ ଆକ୍ରମଣ ସମୟରେ ନେତାନ୍ୟାହୁ ଘରେ ନଥିବାରୁ ତାଙ୍କର ଜୀବନ ବଞ୍ଚି ଯାଇଛି । ଏହି ଘଟଣା ପରେ ଆଇରନ ଡୋମକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଏହି ଆକ୍ରମଣର କଡ଼ା ଜବାବ ଦିଆଯିବ ବୋଲି ଆଇଡିଏଫ୍ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଇସ୍ରାଏଲ ଆକ୍ରମଣରେ ୟାହ୍ୟା ସିନୱାର ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଇରାନ୍ ସୁପ୍ରିମ ଲିଡର ଅୟତୁଲ୍ଲାହ ଅଲ୍ଲୀ ଖାମିନେନି । ସିନୱାରଙ୍କ ମୃତ୍ୟୁ ପରେ ବି ହମାସ ଶେଷ ହେବନି ବୋଲି ସେ ଦାବି କରିଛନ୍ତି । ଏଥିସହ ହମାସ ସହ ଇରାନ ସବୁବେଳେ ଛିଡ଼ା ହୋଇ ରହିବ ବୋଲି ସେ କହିଛନ୍ତି । ଯାହା ମଧ୍ୟପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧର ସଙ୍କେତ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/19/GuZjVsa03rTFlGo7tUus.jpg)