ଲେବାନନରେ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲ କଲା ପ୍ରତ୍ୟାଖାନ । ହିଜବୁଲ୍ଲାକୁ ଧ୍ୱଂସ କରିବାକୁ ଧମକ ।

Advertisment

ଆମେରିକା ଓ ଫ୍ରାନ୍ସ, ୨୧ ଦିନିଆ ଅସ୍ତ୍ରବିରତିର ପ୍ରସ୍ତାବ ଦେଇଥିଲେ । ଲେବାନନ ଭିତରେ ପଶି ହିଜବୁଲ୍ଲାକୁ ଧ୍ୱଂସ କରିବାକୁ ଧମକ । ଯୁଦ୍ଧ ଭୟରେ ଘର ଛାଡିଲେଣି ୯୦ ହଜାରରୁ ଅଧିକ ଲୋକ ।

ଆମେରିକା ଓ ଫ୍ରାନ୍ସ, ୨୧ ଦିନିଆ ଅସ୍ତ୍ରବିରତିର ପ୍ରସ୍ତାବ ଦେଇଥିଲେ । ଲେବାନନ ଭିତରେ ପଶି ହିଜବୁଲ୍ଲାକୁ ଧ୍ୱଂସ କରିବାକୁ ଧମକ । ଯୁଦ୍ଧ ଭୟରେ ଘର ଛାଡିଲେଣି ୯୦ ହଜାରରୁ ଅଧିକ ଲୋକ ।

39xx

କନକ ବ୍ୟୁରୋ: ଲେବାନନକୁ ଅଧିକୃତ କରିବାକୁ ଯୋଜନା କରିଛି ଇସ୍ରାଇଲ। ଲେବାନନ ଭିତରେ ପଶି ଯୁଦ୍ଧ କରିବାକୁ ଇସ୍ରାଏଲ ଘୋଷଣା କରିଛି ।  ଆମେରିକା ଓ ଫ୍ରାନ୍ସ ଲେବାନନରେ ୨୧ ଦିନିଆ ଅସ୍ତ୍ରବିରତି ପାଇଁ ଦେଇଥିବା ପ୍ରସ୍ତାବକୁ ଗୁରୁବାର ଖାରଜ କରିଛନ୍ତି ଇସ୍ରାଏଲ ବୈଦେଶିକ ମନ୍ତ୍ରୀ । ସେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାକୁ ଧ୍ବଂସ କରିବାକୁ ଆହ୍ବାନ ଦେଇଛନ୍ତି । ଏଭଳି ସ୍ଥିତିରେ ଲେବାନନ୍‌ ସ୍ଥିତି ଗାଜା ଭଳି ହେବ ବୋଲି ଆଶଙ୍କା କରାଯାଉଛି । ସଂଘର୍ଷରେ ଲେବାନନ୍‌ରେ ଛାରଖାର ଅବସ୍ଥା ଦେଖିବାକୁ ମିଳିଛି । ୯୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ବୋମା ବର୍ଷାରେ  ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି ।

ଅନେକ ଘର ସମୂଳେ ଧ୍ୱଂସ ହୋଇଛି । ଗାଜାରେ ଇସ୍ରାଏଲର ଆକ୍ରମଣ ପରେ ଯେଉଁ ବିନାଶକାରୀ ସ୍ଥିତି ସୃଷ୍ଟି ହୋଇଛି, ସେଭଳି ସ୍ଥିତି ଲେବାନନ୍‌ରେ ମଧ୍ୟ ଉପୁଜିବ ବୋଲି ମଧ୍ୟପ୍ରାଚ୍ୟର ଅନେକ ସାମରିକ ବିଶେଷଜ୍ଞଙ୍କ ମନ୍ତବ୍ୟ ଆଲୋଡ଼ନ ସୃଷ୍ଟି କରିଛି । ଇରାନ୍‌ କହିଛି ଯେ ଲେବାନନ୍‌କୁ କୌଣସି ପରିସ୍ଥିତିରେ ବି ଆଉ ଏକ ଗାଜାରେ ପରିଣତ ହେବାକୁ ଦିଆଯିବ ନାହିଁ ଏବଂ ଇସ୍ରାଏଲକୁ ତା’ର କର୍ମ ପାଇଁ ଶାସ୍ତି ମିଳିବ। ହେଜବୁଲ୍ଲା ଆଜି ତେଲ୍‌ ଅବିବକୁ ଟାର୍ଗେଟ୍‌ କରି କାଦର-୧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ବେଳେ ଏହା କେନ୍ଦ୍ରୀୟ ଇସ୍ରାଏଲ ପର୍ୟ୍ୟନ୍ତ ପହଂଚିବାରେ ସକ୍ଷମ ହୋଇଥିବାରୁ ଇସ୍ରାଏଲ ବାୟୁସେନା ହାଇଆଲର୍ଟରେ ରହିଛି । ସୋମବାର ଓ ମଙ୍ଗଳବାର ଇସ୍ରାଏଲର ଆକ୍ରମଣରେ ଲେବାନନ୍‌ରେ ମୃତ୍ୟୁସଂଖ୍ୟା  ୬୦୦ ଟପିଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe