କନକ ବ୍ୟୁରୋ: ଇସ୍ରାଏଲ- ହମାସ ଯୁଦ୍ଧକୁ ପୂରିଲା ବର୍ଷେ । ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲରେ ନରସଂହାର ରଚିଥିଲେ ହମାସ୍ ଆତଙ୍କୀ । ଆକାଶ ମାର୍ଗରୁ ଓହ୍ଲାଇ ଘରେ ପଶି ସାଧାରଣ ଲୋକ, ମହିଳା ଓ ଛୋଟପିଲାଙ୍କୁ ଖୋଜି ଖୋଜି ଅତି ନୃଶଂସତାର ସହ ହତ୍ୟାକାଣ୍ଡ ଭିଆଇଥିଲେ । ଏହାର ଜବାବରେ ଗାଜାରେ ଥିବା ହମାସ୍ ଆଡ୍ଡା ଉପରେ ଆକ୍ରମଣ ଆରମ୍ଭ କରିଥିଲା ଇସ୍ରାଏଲ୍ । ତେବେ ଏହାକୁ ବର୍ଷେ ପୂରିଥିଲେ ସୁଦ୍ଧା ଏହି ଯୁଦ୍ଧ ଜାରି ରହିଛି ।
ମଧ୍ୟପ୍ରାଚ୍ୟରେ ସାଂଘାତିକ ମହାସଂଘର୍ଷ ଜାରି ରହିଛି । ପାଲେଷ୍ଟାଇନ୍ ଆତଙ୍କୀ ସଂଗଠନ ‘ହମାସ’ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ହମାସକୁ ଖୋଜି ଖୋଜି ମାରୁଛି ଇସ୍ରାଏଲ ସେନା । ରଣକ୍ଷେତ୍ର ପାଲଟିଛି ଗାଜା, ଘନଘନ ହେଉଛି ମିଜାଇଲ୍, ତୋପ ଓ ରକେଟ୍ ମାଡ । ଠିକ ଆଜି ଦିନରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିଥିଲା ଓ ପରିଣାମ ସୁରୁପ ଆଜି ଜଳୁଛି ମଧ୍ୟପ୍ରାଚ୍ୟ ।
ଏହି ଦିନ ଇସ୍ରାଏଲ ଉପରେ ଗୋଟିଏ ପରେ ଗୋଟିଏ ମିସାଇଲ ମାଡ ଆରମ୍ଭ କରି ଦେଇଥିଲା ହମାସ ଆର୍ମି । ଗାଜା ପଟ୍ଟିରୁ ୫ ହଜାର ରକେଟ୍ ମିଜାଇଲ ଇସ୍ରାଏଲର ପ୍ରମୁଖ ସହର ଉପରକୁ ମାଡ କରିଥିଲା ହମାସ ସେନା । ଗୋଟିଏ ପଟେ ଆକାଶ ଆଡୁ ମିଜାଇଲ ମାଡ, ତ ସେପେଟେ ଇଜ୍ରାଏଲ ସୀମାରେ ଅନୁପ୍ରବେଶ କରି ଗାଜାକୁ ଲାଗି ରହିଥିବା ସହର ଗୁଡିକ ଉପରେ ଆକ୍ରମଣ କରିଥିଲା ହମାସ ସେନା । ଜଳ, ସ୍ଥଳ, ଓ ଆକାଶ ପଟୁ ଆକ୍ରମଣ କରିଥିଲା ହମାସ ଆର୍ମି । ଇସ୍ରାଏଲରେ ଅନୁପ୍ରବେଶ କରି ରକ୍ତର ହୋଲି ଖେଳିଥିଲା ହମାସ ବିଦ୍ରୋହୀ ସେନା । ସେପଟେ ହମାସ ସେନାର ଆକ୍ରମଣ ପରେ ଯୁଦ୍ଧ ଡାକରା ଦେଇଥିଲା ଇସ୍ରାଏଲ ସେନା । ଗାଜା ଉପରେ ଆଜିକୁ ବର୍ଷେ ହେବ ଘନଘନ ଆକ୍ରମଣ କରୁଛି ଆଇଡିଏଫ । ଇସ୍ରାଏଲ –ହମାସ ଭିତରେ ଜାରି ଯୁଦ୍ଧକୁ ଇହୁଦୀ ଓ ଇସଲାମିକ ଦେଶ ନିଜ ନିଜ ହିସାବରେ ସମର୍ଥନ ଜଣାଉଛନ୍ତି ।
କିଏ ଏହି ହମାସ?
କାହିଁକି ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା?
ଆକ୍ରମଣ ଓ ପ୍ରତିଆକ୍ରମଣ ପୂର୍ବରୁ ହୁଏତ ଏକଥା ଜଣା ନଥିଲା କିଏ ଏହି ହମାସ ଓ କାହିଁକି ହଠାତ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ।
ଇସ୍ରାଏଲ ଓ ଫିଲିସ୍ତିନୀ ଭିତରେ ବିବାଦ ବହୁ ପୁରୁଣା
ଫିଲିସ୍ତିନୀ ପକ୍ଷରୁ ଲଢେଇର ଦାୟିତ୍ୱ ହମାସ ହାତରେ
ଫିଲିସ୍ତିନୀର ବିଦ୍ରୋହୀ ଗୋଷ୍ଠୀ ହେଉଛି ହମାସ
ଇସ୍ରାଏଲ ତୁଳନାରେ ବିଶେଷ କ୍ଷମତା କି ଶକ୍ତି ନାହିଁ
ତଥାପି ଇରାନ ଠାରୁ ମିଳୁଥିବା ସହାୟତାରେ ବଳବାନ ହୋଇଛି
୩୬୫ଦିନ ଯୁଦ୍ଧରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ବହୁ କ୍ଷତି ସହିଛି । ହମାସକୁ ମାଟିରେ ମିଶାଇବା ପାଇଁ କଳେବଳେ କୌଶଳେ ସବୁ ପ୍ରୟାସ କରୁଛି ଇସ୍ରାଏଲ ।ଏହି କ୍ରମରେ ବର୍ଷକ ଭିତରେ ଗଲାଣି ୪୨ହଜାରରୁ ଅଧିକ ନିରୀହ ଲୋକଙ୍କ ଜୀବନ ।ଆଗକୁ ମଧ୍ୟ ଯୁଦ୍ଧ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତିଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/RaEjvcEojxEgoJrFKWLu.jpg)