ଇରାନ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ, ମାଟିରେ ମିଶିଲା ୫ ତୈଳ କାରଖାନା

Advertisment

ତୈଳ କାରଖାନା ସହିତ ଜଳ ବିଶୋଧନ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଇରାନର ଜଳ ବିଶୋଧନ କେନ୍ଦ୍ର ଉପରେ ୟୁଏଇ ଆକ୍ରମଣ କରିଥିବା କୁହାଯାଉଥିବାବେଳେ ୟୁଏଇ କିନ୍ତୁ ଏହାକୁ ଖଣ୍ଡନ କରିଛି। ଇରାନରେ ଏପର୍ୟ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାର ୬ ସୈନ୍ୟଙ୍କର ମୃତ୍ୟୁ ହୋଇଛି।

ତୈଳ କାରଖାନା ସହିତ ଜଳ ବିଶୋଧନ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଇରାନର ଜଳ ବିଶୋଧନ କେନ୍ଦ୍ର ଉପରେ ୟୁଏଇ ଆକ୍ରମଣ କରିଥିବା କୁହାଯାଉଥିବାବେଳେ ୟୁଏଇ କିନ୍ତୁ ଏହାକୁ ଖଣ୍ଡନ କରିଛି। ଇରାନରେ ଏପର୍ୟ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାର ୬ ସୈନ୍ୟଙ୍କର ମୃତ୍ୟୁ ହୋଇଛି।

08bbs_59_08032026_111

କନକ ବ୍ୟୁରୋ: ଆମେରିକା, ଇସ୍ରାଏଲ ସହିତ ଇରାନର ଯୁଦ୍ଧ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଶନିବାର ରାତି ଓ ରବିବାର ଉଭୟ ପକ୍ଷରୁ ଭୟଙ୍କର ଆକ୍ରମଣ ଦେଖିବାକୁ ମିଳିଛି। ଇସ୍ରାଏଲ ଇରାନ ଓ ଲେବାନନ ଉପରେ ଜୋରଦାର ଆକ୍ରମଣ କରିଥିବାବେଳେ ଇରାନ ପଶ୍ଚିମ ଏସିଆ ଦେଶମାନଙ୍କ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ଲେବାନନ୍‌ ଉପରେ ଗତ ଏକ ସପ୍ତାହ ହେଲା ଆକ୍ରମଣ କରିଆସୁଥିବାବେଳେ ଏଥିରେ ୮୩ ଶିଶୁଙ୍କ ସମେତ ମୋଟ ୩୯୪ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଦକ୍ଷିଣ ଲେବାନନ୍‌ ଓ ବେରୁଟ୍‌ ଉପରେ ଇସ୍ରାଏଲ କରିଥିବା ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ଏକ ହୋଟେଲ ଉପରେ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଇସ୍ରାଏଲ ଶନିବାର ରାତିରେ ତେହେରାନର ଆଖପାଖରେ ଥିବା ୫ଟି ତୈଳ କାରଖାନା ଉପରେ ଆକ୍ରମଣ କରିଛି। ଫେବ୍ରୁଆରି ୨୮ରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ରବିବାର ୯ ଦିନ ହୋଇଥିବାବେଳେ ଗତ ରାତିରେ ଇରାନ ଉପରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଥିଲା। ତୈଳ କାରଖାନା ସହିତ ଜଳ ବିଶୋଧନ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଇରାନର ଜଳ ବିଶୋଧନ କେନ୍ଦ୍ର ଉପରେ ୟୁଏଇ ଆକ୍ରମଣ କରିଥିବା କୁହାଯାଉଥିବାବେଳେ ୟୁଏଇ କିନ୍ତୁ ଏହାକୁ ଖଣ୍ଡନ କରିଛି। ଇରାନରେ ଏପର୍ୟ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାର ୬ ସୈନ୍ୟଙ୍କର ମୃତ୍ୟୁ ହୋଇଛି।

ହର୍ମୁଜ ପ୍ରଣାଳୀ ବୁଡ଼ିଗଲା ୟୁଏଇ ଟଗ୍‌ବୋଟ୍
ୟୁଏଇ ପତାକା ବହନ କରିଥିବା ଟଗ୍‌ବୋଟ୍‌ ‘ମୁସାଫା ୨’ରେ ବିସ୍ଫୋରଣ ପରେ ଏହା ହର୍ମୁଜ ପ୍ରଣାଳୀରେ ବୁଡ଼ି ଯାଇଛି। ଏହି ବୋଟ୍‌ରେ ଥିବା ୩ ଇଣ୍ଡୋନେସିଆ ନାବିକ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ ଇରାନ ପକ୍ଷରୁ ଏହାର ଜଳ ବିଶୋଧନ କେନ୍ଦ୍ର ଉପରେ ଡ୍ରୋନରେ ଆକ୍ରମଣ ହୋଇଥିବା ରବିବାର ବାହାରିନ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe