କନକ ବ୍ୟୁରୋ : ଅସଦ ସିରିଆ ଛାଡିବା ପରେ , ସିରିଆ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ଗତକାଲି ତୁର୍କୀ ଆକ୍ରମଣ କରାଥିବା ବେଳେ ବିଳମ୍ବିତ ରାତିରେ ଇସ୍ରାଏଲ ସିରିଆର  ନୌସେନା ଉପରେ ବଡ ଆକ୍ରମଣ କରିଛି । ଆଉ ଏହି ଆକ୍ରମଣ କରିବା ପଛରେ ଏକମାତ୍ର କାରଣ ହେଉଛି ଇସ୍ରାଏଲକୁ ସୁରକ୍ଷା ଦେବା ବା ଭବିଷ୍ୟତରେ ଯେପରି ସିରିଆରେ ଥିବା ଆତଙ୍କୀମାନେ ଇସ୍ରାଏଲ ଉପରେ ଆକ୍ରମଣ ନକରିବେ ସେଥିପାଇଁ ଆତଙ୍କବାଦୀ ମାନଙ୍କୁ ବଡ ଚେତାବନୀ ଦେଉଛି ଇସ୍ରାଏଲ । ସିରିଆର ବିଭିନ୍ନ ଅଞ୍ଚଳରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଗୃହଯୁଦ୍ଧର ସ୍ଥିତି  ଭିତରେ ସିରିଆରେ ନୂଆ ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଇସ୍ରାଏଲ କହିଛି ସିରିଆ ନୌସେନା ବାହିନୀ ଉପରେ ଆକ୍ରମଣ କରାଯାଇଛି ।

Advertisment

ଅସଦ ଯିବାପରେ ସିରିଆର ସାମରିକ ଶକ୍ତିକୁ ନିଷ୍କ୍ରିୟ କରିବା ପାଇଁ ଏହି ଆକ୍ରମଣ । ଇସ୍ରାଏଲ ସେନା କହିଛି ଅଲ୍-ବେଡା ଏବଂ ଲତାକିଆ ବନ୍ଦରରେ କରାଯାଇଛି ଆକ୍ରମଣ। ୧୫ଟି ଜାହାଜ ମୁତୟନ ଥିବା ବେଳେ ଜାହାଜ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ।ଜାହାଜ ଏବଂ ବନ୍ଦରର କିଛି ଅଂଶରେ ବ୍ୟାପକ କ୍ଷୟକ୍ଷତି । ଇସ୍ରାଏଲ ସେନା କହିଛି  ଯୁଦ୍ଧ ବିମାନ ସିରିଆର ୩୫୦ରୁ ଅଧିକ ଟାର୍ଗେଟ ଉପରେ ଆକ୍ରମଣ କରିଛି । ପୂର୍ବରୁ ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ,ଆଇଡିଏଫର ଲକ୍ଷ୍ୟ ଇସ୍ରାଏଲ ପାଇଁ ବିପଦ ସୃଷ୍ଟି କରୁଥିବା ରଣନୈତିକ ସାମର୍ଥ୍ୟକୁ ହଟାଇବା ଲଗାତାର ଆକ୍ରମଣ ଜାରିରଖିଛି ଇସ୍ରାଏଲ ।୪୮ ଘଣ୍ଟାରେ ୪୮୦ ଏୟାରଷ୍ଟ୍ରାଇକ କରିଛି ଆଇଡିଏଫ, ସିରିଆର ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇସ୍ରାଏଲ। ବିଦ୍ରୋହ ଭିତରେ ସିରିଆରେ ଇସ୍ରାଏଲର ଏହା ସବୁଠାରୁ ବଡ଼ ଆକ୍ରମଣ । 

୧୧ ଦିନର ବିଦ୍ରୋହରେ ସିରିଆରେ ୨୪ ବର୍ଷ ଧରି ଚାଲିଥିବା ବଶର ଅଲ୍‌ ଅସଦ୍‌ଙ୍କ ଶାସନର ଅନ୍ତ ଘଟିଛି। ସିରିଆର ଆଗାମୀ ଶାସକ କିଏ ହେବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି। ଏହାରି ଭିତରେ ବିଦ୍ରୋହୀମାନେ ମହମ୍ମଦ ଅଲ ବସି ରଙ୍କୁ ସିରିଆର ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି କିନ୍ତୁ ଶାସକ ଯିଏ ହୁଅନ୍ତୁ ନା କାହିଁକି ଇସ୍ରାଏଲ ଓ ଆମେରିକା ଆତଙ୍କବାଦୀଙ୍କ ଠିକଣା ଉପରେ ଆକ୍ରମଣ ଜାରି ରଖିବେ ,କାରଣ ସେମାନଙ୍କ ପାଇଁ ତାଙ୍କ ଦେଶର ସୁରକ୍ଷା ପ୍ରଥମ ।