କନକ ବ୍ୟୁରୋ : ଇରାନ ଓ ଲେବାନନର ଆକ୍ରଣ ପରେ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛି ଇସ୍ରାଏଲ। କୌଣସି ମୁହୁର୍ତ୍ତରେ ବଡ଼ ଆକ୍ରମଣ କରିପାରେ ଇସ୍ରାଏଲ। ଟାର୍ଗେଟ୍ରେ ଇରାନର ପରମାଣୁ କେନ୍ଦ୍ର। ୟୁରାନିଅମ୍ ଖଣି, ସାମରିକ ଘାଟିକୁ ଧ୍ବଂସ କରିବାକୁ ଯୋଜନା କରିଛି ଆଇଡିଏଫ । ଶୁକ୍ରବାର ନିହତ ହୋଇଥିବା ହିଜବୁଲ୍ଲା ମୁଖ୍ୟ ନସରୁଲ୍ଲାର ଅନ୍ତିମ ସଂସ୍କାର ହେବାର ଅଛି। ଏହି ଦିନ ଲେବାନନ ପଟୁ ବଡ଼ଧରଣର ରକେଟ ମାଡ଼ ହେବାର ଆଶଙ୍କା ରହିଛି। ଇସ୍ରାଏଲ ନିଜର ନାଗରିକଙ୍କୁ ବମ୍ ସେଲଟର ବା କ୍ଷେପଣାସ୍ତ୍ର ପ୍ରତିରୋଧ ପାଇଁ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା ଶିବିରକୁ ଚାଲିଯିବାକୁ କହିଛି। ବିଶେଷକରି ଇସ୍ରାଏଲର ଉତ୍ତର ଭାଗରେ ଥିବା ନାଗରିକମାନଙ୍କୁ ନେତାନ୍ୟାହୁ ସରକାର ପରାମର୍ଶ ଦେଇଛି। ସେପଟେ ଲେବାନନ ସମର୍ଥନରେ ଛିଡ଼ା ହୋଇଛି କାତାର। ଲେବାନନକୁ ସବୁ ପ୍ରକାର ସହାୟତା ଯୋଗାଇବାକୁ କାତାରର ଶେଖ ଘୋଷଣା କରିଛନ୍ତି। ସେପଟେ ଇରାନରେ ପୁଣି ଥରେ ବିମାନ ଚଳାଚଳ ଆରମ୍ଭ ହୋଇଛି। ଇସ୍ରାଏଲ ଉପରେ ମଙ୍ଗଳବାର କ୍ଷେପଣାସ୍ତ୍ର ମାଡ଼ କରିଥିଲା ତେହେରାନ, ସେହିଦିନ ଠାରୁ ଇରାନରେ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା।
ଇସ୍ରାଏଲର ବଡ଼ ଆକ୍ରମଣ ଯୋଜନା
କୌଣସି ମୁହୁର୍ତ୍ତରେ ବଡ଼ ଆକ୍ରମଣ କରିପାରେ ଇସ୍ରାଏଲ
ଟାର୍ଗେଟ୍ରେ ଇରାନର ପରମାଣୁ କେନ୍ଦ୍ର
ୟୁରାନିଅମ୍ ଖଣି, ସାମରିକ ଘାଟିକୁ ଧ୍ବଂସ କରିବାକୁ ଆଇଡିଏଫର ଯୋଜନା
ଲେବାନନ ଉପରେ ଆକ୍ରମଣକୁ ତୀବ୍ର କରିଛି ଇସ୍ରାଏଲ
ଦକ୍ଷିଣ ଲେବାବନନରେ ଭୀଷଣ ସଂଘର୍ଷ ଜାରି
ଇସ୍ରାଏଲ ଏୟାରଷ୍ଟ୍ରାଇତରେ ୧୫ ଆତଙ୍କୀ ସମେତ ୫୦ ନିହତ
ହମାସ ସରକାର ମୁଖ୍ୟ, ୨ ଶୀର୍ଷ ନେତାଙ୍କୁ ନିପାତ କରିଛି ଇସ୍ରାଏଲ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/dbaF5dAYDTGrcZXEEmpT.jpg)