ଇସ୍ରାଏଲ-ଇରାନ ଯୁଦ୍ଧର ପ୍ରଭାବ: ଦୁବାଇରେ ଫସିଲେ ୧୦୦ରୁ ଅଧିକ ଭାରତୀୟ !

Advertisment

ସଞ୍ଜୟ ଶୁକ୍ଲାଙ୍କ ସହ ଶିଳ୍ପପତି, ବିଲଡରଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଅଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସମସ୍ତେ ସୁରକ୍ଷିତ ଅଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସଞ୍ଜୟ ଶୁକ୍ଲାଙ୍କ ସହ ଶିଳ୍ପପତି, ବିଲଡରଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଅଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସମସ୍ତେ ସୁରକ୍ଷିତ ଅଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Capture

war Photograph: (kanak news)

କନକ ବ୍ୟୁରୋ: ଇସ୍ରାଏଲ ଏବଂ ଇରାନ ଉପରେ ଆକ୍ରମଣ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଦୁବାଇ ଏବଂ ସାରଜାହରୁ ବିମାନ ବାତିଲ ହେବା ଯୋଗୁଁ ମଧ୍ୟପ୍ରଦେଶର ୧୦୦ ରୁ ଅଧିକ ଲୋକ ଏଠାରେ ଫସି ରହିଛନ୍ତି । ଇନ୍ଦୋରର ବିଜେପି ନେତା ତଥା ପୂର୍ବତନ ବିଧାୟକ ସଞ୍ଜୟ ଶୁକ୍ଲା, ଯିଏ ଏକ ବିବାହରେ ଯୋଗଦେବାକୁ ଦୁବାଇ ଯାଇଥିଲେ, ସେ ମଧ୍ୟ ଫସି ରହିଛନ୍ତି । ସଞ୍ଜୟ ଶୁକ୍ଲାଙ୍କ ସହ ଶିଳ୍ପପତି, ବିଲଡରଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଅଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସମସ୍ତେ ସୁରକ୍ଷିତ ଅଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଫସିଛନ୍ତି ଅଧିକାଂଶ ଇନ୍ଦୋରର ବାସିନ୍ଦା

ମଧ୍ୟପ୍ରଦେଶର ଯାତ୍ରୀମାନେ ମଧ୍ୟ ଶାରଜାହରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଇନ୍ଦୋରର ବାସିନ୍ଦା ବୋଲି କୁହାଯାଉଛି । ଶାରଜାହରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବାତିଲ କରାଯାଇଛି । ଏହା ଦ୍ୱାରା ମଧ୍ୟପ୍ରଦେଶର ୧୦୦ ରୁ ଅଧିକ ଯାତ୍ରୀ ଦୁବାଇ ଓ ଶାରଜାହ ବିମାନବନ୍ଦରରେ ଫସି ରହିଛନ୍ତି । ଯାତ୍ରୀମାନେ ଇନ୍ଦୋର, ଭୋପାଳ ଓ ଗ୍ୱାଲିୟର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ବିମାନ ବାତିଲ ହେବା ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe