ଗାଜା ଯାଉଥିବା ବୋଟ୍ ଅଟକାଇଲା ଇସ୍ରାଏଲ,  ୩ଟି ବୋଟରେ ଥିଲା ରିଲିଫ୍ ସାମଗ୍ରୀ

ଇସ୍ରାଏଲ ସେନା ବୋଟଗୁଡ଼ିକୁ ନିଜ ବନ୍ଦରକୁ ନେଇଛି ।

ବୋଟ୍ ଅଟକାଇଲା ଇସ୍ରାଏଲ

ବୋଟ୍ ଅଟକାଇଲା ଇସ୍ରାଏଲ Photograph: (KanakNews)

କନକ ବ୍ୟୁରୋ: ଗାଜା ଅଭିମୁଖେ ଯାଉଥିବା ଫ୍ଲୋଟିଲାର ୩ଟି ବୋଟକୁ ଇସ୍ରାଏଲ ସେନା ସମୁଦ୍ରରେ ଅଟକାଇଛି । ବୋଟଗୁଡ଼ିକରେ ରିଲିଫ୍ ସାମଗ୍ରୀ ନିଆଯାଉଥିଲା । ଇସ୍ରାଏଲ ସେନା ବୋଟଗୁଡ଼ିକୁ ଅଟକାଇ ଏକ ବନ୍ଦରକୁ ନେଇଛି । 

ବୋଟରେ ଅନ୍ୟମାନଙ୍କ ସହ  ସ୍ୱିଡେନର ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ଥିଲେ । ତାଙ୍କୁ ଇସ୍ରାଏଲ ସେନା ଘେରି ରହିଥିବା ଏକ ଫଟୋରୁ ଜଣାପଡୁଛି ।  ତେବେ ସମସ୍ତେ ସୁରକ୍ଷିତ ଓ ସୁସ୍ଥ ଥିବା ଇସ୍ରାଏଲ ସେନା ଏକ୍ସ ଯୋଗେ ସୂଚନା ଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe