ଲେବାନନକୁ ଆକ୍ତାମାକ୍ତା କଲାଣି ଇସ୍ରାଏଲ :ଟାର୍ଗେଟରେ ଆତଙ୍କୀ ସଂଙ୍ଗଠନ ହିଜବୁଲ୍ଲା ।

ମଧ୍ୟପ୍ରାଚ୍ୟରେ ଥମୁନି ଯୁଦ୍ଧ । ପୁଣି ଥରେ ଇସ୍ରାଏଲ ସେନା ଟାର୍ଗେଟରେ ଆତଙ୍କୀ ସଂଙ୍ଗଠନ ହିଜବୁଲ୍ଲା । ଲେବାନନ ଉପରେ ରକେଟ ମାଡ କରିଛି ଇସ୍ରାଏଲ ଆଉ ଏହି ଆକ୍ରମଣ ଅତି ଭୟଙ୍କର ରହିଥିଲା

lebnana

କନକବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଥମୁନି ଯୁଦ୍ଧ । ପୁଣି ଥରେ ଇସ୍ରାଏଲ ସେନା ଟାର୍ଗେଟରେ ଆତଙ୍କୀ ସଂଙ୍ଗଠନ ହିଜବୁଲ୍ଲା । ଲେବାନନ ଉପରେ ରକେଟ ମାଡ କରିଛି ଇସ୍ରାଏଲ ଆଉ ଏହି ଆକ୍ରମଣ ଅତି ଭୟଙ୍କର ରହିଥିଲା । ଇସ୍ରାଏଲ ଆକ୍ରମଣରେ ୪୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାରରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩୫ ଶିଶୁ ଓ ୫୮ ମହିଳା ରହିଛନ୍ତି ।

ଇସ୍ରାଏଲର ଏୟାର ଷ୍ଟ୍ରାଇକ ଦକ୍ଷିଣ ଲେବାନନରେ ହୋଇଥିବା ସୂଚନା ମିଳିଛି । ଏହା ସହିତ ଲେବାନନର ଲୋକଙ୍କୁ ତୁରନ୍ତ ଘର ଓ କୋଠା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଜବୁଲ୍ଲା ର ୩୦୦ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ ।

ମୃତକଙ୍କ ଭିତରେ ଛୋଟ ଶିଶୁଙ୍କ ସହ ମହିଳା ଓ ଡାକ୍ତର ରହିଥିବା ସୂଚନା ରହିଛି । ଏପଟେ ଏୟାର ଷ୍ଟ୍ରାଇକ ଆଉ ଆରପଟେ ଫୋନ କଲ୍ । ଲେବାନନ୍ ଅଧିକାରୀଙ୍କ କହିବାଅନୁଯାୟୀ ଦେଶକୁ ୮୦ହଜାରରୁ  ଅଧିକ ସନ୍ଦେହଜନକ କଲ ଇସ୍ରାଏଲ୍ ରୁ ଆସିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe