କନକବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଥମୁନି ଯୁଦ୍ଧ । ପୁଣି ଥରେ ଇସ୍ରାଏଲ ସେନା ଟାର୍ଗେଟରେ ଆତଙ୍କୀ ସଂଙ୍ଗଠନ ହିଜବୁଲ୍ଲା । ଲେବାନନ ଉପରେ ରକେଟ ମାଡ କରିଛି ଇସ୍ରାଏଲ ଆଉ ଏହି ଆକ୍ରମଣ ଅତି ଭୟଙ୍କର ରହିଥିଲା । ଇସ୍ରାଏଲ ଆକ୍ରମଣରେ ୪୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାରରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩୫ ଶିଶୁ ଓ ୫୮ ମହିଳା ରହିଛନ୍ତି ।
ଇସ୍ରାଏଲର ଏୟାର ଷ୍ଟ୍ରାଇକ ଦକ୍ଷିଣ ଲେବାନନରେ ହୋଇଥିବା ସୂଚନା ମିଳିଛି । ଏହା ସହିତ ଲେବାନନର ଲୋକଙ୍କୁ ତୁରନ୍ତ ଘର ଓ କୋଠା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଜବୁଲ୍ଲା ର ୩୦୦ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ ।
ମୃତକଙ୍କ ଭିତରେ ଛୋଟ ଶିଶୁଙ୍କ ସହ ମହିଳା ଓ ଡାକ୍ତର ରହିଥିବା ସୂଚନା ରହିଛି । ଏପଟେ ଏୟାର ଷ୍ଟ୍ରାଇକ ଆଉ ଆରପଟେ ଫୋନ କଲ୍ । ଲେବାନନ୍ ଅଧିକାରୀଙ୍କ କହିବାଅନୁଯାୟୀ ଦେଶକୁ ୮୦ହଜାରରୁ ଅଧିକ ସନ୍ଦେହଜନକ କଲ ଇସ୍ରାଏଲ୍ ରୁ ଆସିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/GQP3vbxLwnacRk2NLFOW.jpg)