କନକ ବ୍ୟୁରୋ: ଗାଜା ପଟ୍ଟିରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧରେ ହୋଇଛି ଶେଷ । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ଶାନ୍ତି ପ୍ରସ୍ତାବରେ ସ୍ବାକ୍ଷର କରିବେ ଇସ୍ରାଏଲ ଏବଂ ହମାସ। ଇଜିପ୍ଟର ଶାର୍ମ ଏଲ୍-ଶେଖରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ଡୋନାଲ୍ଡ ଟ୍ରମ୍ପ ଓ ମିଶରର ରାଷ୍ଟ୍ରପତି ଅବଦେଲ ଫତାହ, ୨୦ରୁ ଉର୍ଦ୍ଧ୍ବ ବିଶ୍ବ ନେତା ଏହି ସମ୍ମିଳନୀରେ ସାମିଲ ହେବେ । ଭାରତର ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଉପସ୍ଥିତ ରହିବେ ।
ବୈଦେଶିକ ରଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଇସ୍ରାଏଲ ଏବଂ ତା'ପରେ ଶାର୍ମ ଏଲ୍-ଶେଖ ଯାତ୍ରା କରିବେ। ଏହା ପୂର୍ବରୁ ସେ ଗାଜା ପଟ୍ଟିରେ ଦୁଇବର୍ଷ ଧରି ଚାଲିଥିବା ଯୁଦ୍ଧ ଶେଷ ହୋଇଥିବା ଘୋଷଣା କରିଛନ୍ତି । ହମାସ ଆଜି ୨୦ ଜଣ ଜୀବିତ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବ ବୋଲି ଆଶା କରାଯାଉଛି । ଇସ୍ରାଏଲରେ ଏଥିପାଇଁ ପ୍ରସ୍ତୁତି ସରିସାରିଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବନ୍ଧକଙ୍କ ମୁକ୍ତିକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି । ହମାସ ୭ଅକ୍ଟୋବର, ୨୦୨୩ରେ ୨୫୦ଜଣ ଇସ୍ରାଏଲୀ ନାଗରିକଙ୍କୁ ବନ୍ଧକ କରି ନେଇଥିଲା । ଯାହାଙ୍କ ମଧ୍ୟରୁ 50 ଜଣ ଏବେ ବି ବନ୍ଦୀ ଅବସ୍ଥାରେ ଅଛନ୍ତି। ଇସ୍ରାଏଲର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୬୬ହଜାର ପାଲେଷ୍ଟାଇନୀ ନିହତ ହୋଇଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା
ଗାଜା ପଟ୍ଟିରେ ୨ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧ ଶେଷ
ଆଜି ଶାନ୍ତି ପ୍ରସ୍ତାବରେ ସ୍ବାକ୍ଷର କରିବେ ଇସ୍ରାଏଲ ଏବଂ ହମାସ
ଇଜିପ୍ଟର ଶାର୍ମ ଏଲ୍-ଶେଖରେ ବସିବ ଶାନ୍ତି ସମ୍ମିଳନୀ
ଅଧ୍ୟକ୍ଷତା କରିବେ ଡୋନାଲ୍ଡ ଟ୍ରମ୍ପ ଓ ମିଶର ରାଷ୍ଟ୍ରପତି ଅବଦେଲ ଫତାହ
ଭାରତର ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଉପସ୍ଥିତ ରହିବେ
୨୦ ଜଣ ଜୀବିତ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିପାରେ ହମାସ
ଆଲୋଚନା ପୂର୍ବରୁ ଝଟକା
ଭୟଙ୍କର କାର ଦୁର୍ଘଟଣାରେ କତରର ତିନି ଜଣ ବରିଷ୍ଠ କୂଟନୀତିଙ୍କ ମୃତ୍ୟୁ
ଏମାନେ ଇସ୍ରାଏଲ-ହମାସ ଶାନ୍ତି ଆଲୋଚନାରେ ମଧ୍ୟସ୍ଥ ଭୂମିକା ନେଉଥିଲେ
ଦୁର୍ଘଟଣା ପଛରେ ଯୋଜନାବଦ୍ଧ ଷଡ୍ଯନ୍ତ୍ର ରହିଛି ବୋଲି ସନ୍ଦେହ
ଦୁର୍ଘଟଣାର ବିସ୍ତୃତ ଯାଞ୍ଚ ପାଇଁ ଇଜିପ୍ଟ କତରକୁ ପ୍ରତିଶ୍ରୁତି ଦେଇଥିବା ସୂଚନା