କନକ ବ୍ୟୁରୋ: ପୁଣି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନ ମଧ୍ୟପ୍ରାଚ୍ୟ ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି କରିଛି ।  ଇସ୍ରାଏଲର ଆକ୍ରମଣରେ ଧ୍ବଂଶ ହେଲାଣି ଗାଜା । ଲୋକେ ଖାଇବାକୁ ପାଉନାହାଁନ୍ତି, ଅନାହରରେ ମୃତ୍ୟୁବରଣ କରୁଛନ୍ତି । ଏହି ସମୟରେ ଟ୍ରମ୍ପଙ୍କ ବୟାନ୍‌  ଦେଇ କହିଛନ୍ତି ଗାଜାକୁ ଫେରିବ ଶାନ୍ତି ଏବଂ ଏଥିପାଇଁ ଇରାନ୍‌ ଠାରୁ ସିଗ୍‌ନାଲ ମିଳିଛି।  ଅର୍ଥାତ୍‌ ସେ କହିଛନ୍ତି ଯେ ଇରାନରୁ ସକାରାତ୍ମକ ସଙ୍କେତ ମିଳିଛି ଯେ ଗାଜାରେ ଶାନ୍ତି ଫେରିବାର ସମ୍ଭାବନା ଅଛି, କିନ୍ତୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବନ୍ଧକମାନଙ୍କ ମୁକ୍ତି ଉପରେ ଏବେ ମଧ୍ୟ ନକାରାତ୍ମକ ମନୋଭାବ ପୋଷଣ କରିଛନ୍ତି । ଟ୍ରମ୍ପଙ୍କ ଏହି ମନ୍ତବ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଇରାନର ଭୂମିକା ଉପରେ ଆଲୋକପାତ କରୁଛି ଏବଂ ନେତାନ୍ୟାହୁଙ୍କ ଉପରେ ଚାପ ପକାଉଛି ।
 
ଟ୍ରମ୍ପଙ୍କ କହିବାନୁସାରେ, ଇରାନ ପକ୍ଷରୁ କିଛି ସୂଚନା ମିଳିଛି ଯାହା ଶାନ୍ତି ପ୍ରତି ଏକ ସକାରାତ୍ମକ ସଙ୍କେତ ଦେଉଛି । ଇରାନ ମଧ୍ୟପ୍ରାଚ୍ୟରେ ଏକ ପ୍ରମୁଖ ଶକ୍ତି ଏବଂ ହାମାସ ସମେତ ଅନେକ ସଂଗଠନକୁ ସମର୍ଥନ କରେ । ଯଦି ଇରାନ ବାସ୍ତବରେ ଶାନ୍ତି ପାଇଁ ଆଗ୍ରହୀ, ତେବେ ଏହା ଗାଜାରେ ସଂଘର୍ଷକୁ ଶେଷ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ । 
ଅନ୍ୟ ପଟେ, ଟ୍ରମ୍ପ ନେତାନ୍ୟାହୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବନ୍ଧକମାନଙ୍କ ମୁକ୍ତି ଉପରେ ନେତାନ୍ୟାହୁଙ୍କ ମନୋଭାବ ନକାରାତ୍ମକ ରହିଛି  କିନ୍ତୁ ନେତାନ୍ୟାହୁ  ଗାଜାରେ ଶାନ୍ତି ସମ୍ପର୍କରେ  "ଅତି ଗୁରୁତ୍ୱପୂର୍ଣ୍ଣ ଜିନିଷ" ଉପରେ ସହମତ  ପ୍ରକାଶ କରିଛନ୍ତି ।  ଟ୍ରମ୍ପଙ୍କ ଏହି ମନ୍ତବ୍ୟ ମଧ୍ୟପ୍ରାଚ୍ୟରେ ଆମେରିକାର ଭୂମିକା ଏବଂ ଭବିଷ୍ୟତ ନୀତି ଉପରେ ପ୍ରଭାବ ପକାଇପାରେ । ଏହି ସ୍ଥିତିରେ, ଆଗାମୀ ଦିନରେ ବହୁତ କିଛି ହେବାର ସମ୍ଭାବନା ଅଛି ।  ଇରାନ ଏବଂ ଇସ୍ରାଏଲ ମଧ୍ୟରେ କୌଣସି ପ୍ରକାରର ଆଲୋଚନା କିମ୍ବା ବୁଝାମଣା ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା । ଏପଟେ   ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ନୂତନ ଆଶା ସୃଷ୍ଟି କରିଥିଲେ ବି  ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ କେତେଦୁର ଯୁଦ୍ଧରତ ଦେଶ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।  

Advertisment