କନକ ବ୍ୟୁରୋ : ଲେବାନନରେ ହିଜବୁଲ୍ଲା ବିରୋଧରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ ଜାରି ରହିଛି । ଏହି ଆକ୍ରମଣରେ ଇସ୍ରାଏଲର ୮ ଜଣ ଯବାନ ସହିଦ ହୋଇଛନ୍ତି । ଯେଉଁଥିରେ ଦୁଇ ଜଣ କ୍ୟାପଟେନ୍ ସାମିଲ ଅଛନ୍ତି । ମୃତକଙ୍କ ବୟସ ୨୧ରୁ ୨୩ ବର୍ଷ ମଧ୍ୟରେ ହେବ । ଇସ୍ରାଏଲ ଟାଇମ୍ସ୍ ଅନୁସାରେ, ଦକ୍ଷିଣ ଲେବାନନରେ ଇସ୍ରାଏଲର ଏକ ଡ୍ରୋନକୁ ଖସାଇ ଦିଆଯାଇଥିବା ନେଇ ଦାବି ହୋଇଛି । ଲେବାନନ ସୀମାରେ ଥିବା ଇସ୍ରାଏଲ ସେନାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ହିଜବୁଲ୍ଲା ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁସାରେ, ଆଇଡିଏଫ ହୋମ ଫ୍ରଣ୍ଟ କମାଣ୍ଡ ଉତ୍ତର ଇସ୍ରାଏଲରେ କେତେକ କଟକଣାକୁ କୋହଳ କରୁଛି । କାରଣ ହିଜବୁଲ୍ଲା ବିରୋଧରେ ତାଙ୍କର ଗ୍ରାଉଣ୍ଡ ଅପରେସନ ଜାରି ରହିଛି । ଉତ୍ତର ସୀମାନ୍ତ ସହର ଗୋଲାନ ହାଇଟ୍ସ ଓ ଗାଲିଲୀର ବାସିନ୍ଦା ଘର ବାହାରେ ୧୦ ଜଣ ବଦଳରେ ୫୦ ଜଣ ଘର ବାହାରେ, ୧୫୦ ବଦଳରେ ୨୫୦ ଜଣ ଘର ଭିତରେ ରହିବାକୁ ଅନୁମତି ମିଳିଛି । ସେହିପରି ହାଇଫା ବେ, ଜେଜରିଏଲ୍ ଭ୍ୟାଲି ଓ କାର୍ମେଲରେ ୩୦ ବଦଳରେ ସର୍ବାଧିକ ୬୦ଜଣ ଲୋକ ଘର ବାହାରେ ଏକାଠି ହୋଇପାରିବେ ।
ହିଜବୁଲ୍ଲା ବିରୋଧରେ ଗ୍ରାଉଣ୍ଡ ଅପରେସନରେ ଇସ୍ରାଏଲକୁ ବଡ଼ ଝଟକା । ଲେବାନନରେ ୮ ଇସ୍ରାଏଲ ଯବାନ ସହିଦ
ଏହି ଆକ୍ରମଣରେ ଇସ୍ରାଏଲର ୮ ଜଣ ଯବାନ ସହିଦ ହୋଇଛନ୍ତି । ଯେଉଁଥିରେ ଦୁଇ ଜଣ କ୍ୟାପଟେନ୍ ସାମିଲ ଅଛନ୍ତି । ମୃତକଙ୍କ ବୟସ ୨୧ରୁ ୨୩ ବର୍ଷ ମଧ୍ୟରେ ହେବ । ଇସ୍ରାଏଲ ଟାଇମ୍ସ୍ ଅନୁସାରେ, ଦକ୍ଷିଣ ଲେବାନନରେ ଇସ୍ରାଏଲର ଏକ ଡ୍ରୋନକୁ ଖସାଇ ଦିଆଯାଇଥିବା ନେଇ ଦାବି ହୋଇଛି ।