ଲେବାନନ୍ର ପୂର୍ବରେ ସିରିଆ ସୀମା ନିକଟରେ ଇସ୍ରାଏଲ ଆକ୍ରମଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଜିହାଦର କାର୍ଯ୍ୟକର୍ତ୍ତାମାନଙ୍କୁ ଟାର୍ଗେଟ କରି ଇସ୍ରାଏଲ ଏହି ଆକ୍ରମଣ କରିଥିବା ଲେବାନନ୍ କହିଛି। ଇସ୍ରାଏଲ ଏବଂ ହିଜବୁଲା ମଧ୍ୟରେ ବର୍ଷେରୁ ଅଧିକ ସମୟ ଧରି ଚାଲିଥିବା ଶତ୍ରୁତାକୁ ସମାପ୍ତ କରିବା ପାଇଁ ନଭେମ୍ବର ୨୦୨୪ ରେ ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିୟମିତ ଆକ୍ରମଣ ଜାରି ରଖିଛି। ଇରାନ-ସମର୍ଥିତ ଗୋଷ୍ଠୀକୁ ଟାର୍ଗେଟ କରୁଛି ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଉଥିବାବେଳେ ବେଳେବେଳେ ଏହାର ପାଲେଷ୍ଟାଇନ ସହଯୋଗୀ ହମାସକୁ ମଧ୍ୟ ଟାର୍ଗେଟ କରିଥାଏ। ରବିବାର ଲେବାନନ୍- ସିରିୟା ସୀମାରେ ଇସ୍ରାଏଲ ଏକ କାର୍କୁ ଡ୍ରୋନ୍ ମାଧ୍ୟମରେ ଟାର୍ଗେଟ କରିଥିଲା ବୋଲି ଜାତୀୟ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି। ସେହି କାର୍ରେ ଚାରିଟି ମୃତଦେହ ମିଳିଛି। ଯୁଦ୍ଧ ବିରତି ପରେ ଇସ୍ରାଏଲ ଆକ୍ରମଣରେ ଲେବାନନ୍ରେ ୩୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି।
ଇସ୍ରାଏଲ ଆକ୍ରମଣରେ ଲେବାନନ୍ରେ ୪ ମୃତ
ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଜିହାଦର କାର୍ଯ୍ୟକର୍ତ୍ତାମାନଙ୍କୁ ଟାର୍ଗେଟ କରି ଇସ୍ରାଏଲ ଏହି ଆକ୍ରମଣ କରିଥିବା ଲେବାନନ୍ କହିଛି।
/kanak/media/media_files/2026/02/16/lebanon-2026-02-16-14-52-02.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)