ନୂଆବର୍ଷରେ ବି ତ୍ରାହି ନାହିଁ ; ଗାଜା ଉପରେ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ

ନୂଆବର୍ଷରେ ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ । ଆଇଡିଏଫ୍ ଆକ୍ରମଣରେ ୨୯ ପାଲେଷ୍ଟାଇନଙ୍କ ମୃତ୍ୟୁ । ସ୍ପଷ୍ଟକଲା ପାଲେଷ୍ଟାଇନ୍ ସ୍ବାସ୍ଥ୍ୟମନ୍ତ୍ରାଳୟ । 

2024-11-01T113009Z_659057593_RC28WAAM5QQ4_RTRMADP_3_ISRAEL-PALESTINIANS-GAZA-1024x576

କନକ ବ୍ୟୁରୋ: ପୁଣି ଥରେ ଗାଜାରେ ଇସ୍ରାଏଲର ବଡ ଏୟାର ଷ୍ଟ୍ରାଇକ । ନୂଆବର୍ଷ ଦିନ ଇସ୍ରାଏଲ ବଡ ଆକ୍ସନ । ଗାଜା, ଉତ୍ତର ଜବାଲିଆ, କେନ୍ଦ୍ରୀୟ ବୁରେଜ ଶରଣାର୍ଥୀ ଶିବିର, ଗାଜା ସିଟି ରେ ଇସ୍ରାଏଲର ଆକ୍ରମଣରେ ଶିଶୁ ଓ ମହିଳାଙ୍କ ସମେତ  ୨୯ ଜଣ ପାଲେଷ୍ଟାଇନ୍ ନାଗାରିକଙ୍କ ମୃତ୍ୟୁ ହୋଇଥିବା ସୂଚନା । 

ଇସ୍ରାଏଲ ମାନବିକ ସହାୟତା ପ୍ରବେଶ ଉପରେ କଟକଣା ଜାରି ରଖିଥିବାରୁ ଅନେକ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଏହି ଉପତ୍ୟକାରେ ଥିବା ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ଜଳମଗ୍ନ ହୋଇଛି । ମିଳିତ ଜାତିସଂଘ କହିଛି ଯେ ଗାଜାର ଡାକ୍ତରଖାନା ଉପରେ ଇସ୍ରାଏଲର ଆକ୍ରମଣ ଏହାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ,ଆମେ ଶୋଇଥିଲୁ ଏବଂ ଏକ ବଡ଼ ବିସ୍ଫୋରଣ ହୋଇଥିଲା ,ଏହା ମଧ୍ୟ ଆମକୁ ଭୁମିକମ୍ପର ଝଟକା ଦେଇଥିଲା । ଇସ୍ରାଏଲର ଯୁଦ୍ଧ ବିମାନ ଆମ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଓ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe