କନକ ବ୍ୟୁରୋ: ପୁଣି ଥରେ ଗାଜାରେ ଇସ୍ରାଏଲର ବଡ ଏୟାର ଷ୍ଟ୍ରାଇକ । ନୂଆବର୍ଷ ଦିନ ଇସ୍ରାଏଲ ବଡ ଆକ୍ସନ । ଗାଜା, ଉତ୍ତର ଜବାଲିଆ, କେନ୍ଦ୍ରୀୟ ବୁରେଜ ଶରଣାର୍ଥୀ ଶିବିର, ଗାଜା ସିଟି ରେ ଇସ୍ରାଏଲର ଆକ୍ରମଣରେ ଶିଶୁ ଓ ମହିଳାଙ୍କ ସମେତ ୨୯ ଜଣ ପାଲେଷ୍ଟାଇନ୍ ନାଗାରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ଇସ୍ରାଏଲ ମାନବିକ ସହାୟତା ପ୍ରବେଶ ଉପରେ କଟକଣା ଜାରି ରଖିଥିବାରୁ ଅନେକ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଏହି ଉପତ୍ୟକାରେ ଥିବା ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ଜଳମଗ୍ନ ହୋଇଛି । ମିଳିତ ଜାତିସଂଘ କହିଛି ଯେ ଗାଜାର ଡାକ୍ତରଖାନା ଉପରେ ଇସ୍ରାଏଲର ଆକ୍ରମଣ ଏହାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ,ଆମେ ଶୋଇଥିଲୁ ଏବଂ ଏକ ବଡ଼ ବିସ୍ଫୋରଣ ହୋଇଥିଲା ,ଏହା ମଧ୍ୟ ଆମକୁ ଭୁମିକମ୍ପର ଝଟକା ଦେଇଥିଲା । ଇସ୍ରାଏଲର ଯୁଦ୍ଧ ବିମାନ ଆମ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଓ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ ।