କନକ ବ୍ୟୁରୋ : ଓଡ଼ିଆ ପରମ୍ପରା ସଂସ୍କୃତିକୁ ବଦଳାଇଲେ ବନ୍ଦ ହେବ ଇସ୍କନ ମନ୍ଦିର , ଚେତାବନୀ ଦେଲା କଳିଙ୍ଗ ସେନା । କେବଳ ଓଡ଼ିଶା ନୁହେଁ ଅନ୍ୟ ଜାଗାରେ ଥିବା ଇସ୍କନ ମନ୍ଦିର ବନ୍ଦ କରିବାକୁ ଓଡ଼ିଆ ପ୍ରବାସୀଙ୍କୁ ଆହ୍ବାନ ଦେଲା ସଂଗଠନ । ଅଦିନିଆ ରଥଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି କଳିଙ୍ଗ ସେନା । ଇସ୍କନ ମନ୍ଦିର ସମ୍ମୁଖରେ ସମ୍ମିଳନୀ କରି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଚେତାବନୀ ଦେଇଛି । ବାରମ୍ବାର ଚେତାବନୀ ପରେ ବି ପ୍ରତିବର୍ଷ ଏହି ଭଳି କରୁଛି ଇସ୍କନ । ଯଦି ଚଳିତ ବର୍ଷ ଏଭଳି କାର୍ଯ୍ୟ କରାଯାଏ କେବଳ ତାଲା ନୁହେଁ ଇସ୍କନ ମନ୍ଦିର ଭଙ୍ଗାରୁଜା କରିବାକୁ ପଛାଇବା ନାହିଁ ସାମ୍ବାଦିକ ସମ୍ମିଳନୀରେ କହିଛି କଳିଙ୍ଗ ସେନା ।
ଏନେଇ ଇସ୍କନ ଆଞ୍ଚଳିକ ସମ୍ପାଦକ ବନମାଳୀ ଦାସଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି ଏବଂ ସେ କହିଛନ୍ତି ଆମ ତରଫରୁ ଆମେ ପୂର୍ବରୁ ଚିଠି କରିଛୁ । ଗଜପତି ସିଧାସଳଖ ଘଟଣା ବିଷୟରେ ଚିଠି ଲେଖିଛନ୍ତି । ଜିବିଶି ଏ ସମ୍ବନ୍ଧରେ କଣ ଉତ୍ତର ଲେଖିବ ସେ ବିଷୟରେ ଆମର ଧାରଣା ନାହିଁ । ଏହା ସହ ସ୍ନାନ ଯାତ୍ରା ବନ୍ଦ ହୋଇଛି କି ନାହିଁ ସଠିକ୍ ସୂଚନା କିମ୍ବା ଚିଠି ଆମ ପାଖରେ ନାହିଁ । ଭାରତ ଭିତରେ କୌଣସି ଇସ୍କନ ମନ୍ଦିରରେ ଅଦିନିଆ ରଥଯାତ୍ରା ହେଉନାହିଁ । ଯେଉଁଠି ହେଉଛି ସେଠି ସାମ୍ବାଦିକଙ୍କଠାରୁ ସେ ବିଷୟରେ ତଥ୍ୟ ନିଆଯାଉ ।