କନକ ବ୍ୟୁରୋ: ପୁଣି ପରମ୍ପରା ଭାଙ୍ଗିଲା ଇସ୍କନ । ଜଗନ୍ନାଥଙ୍କ ରଥରେ ଲଗାଇଲା ଯୁଦ୍ଧ ବିମାନର ଚକ । କୋଲକାତାରେ ଇସ୍କନ ପକ୍ଷରୁ ଏଭଳି କରାଯାଇଛି । ଯାହା ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି ।
ଘଟଣାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ୪୮ ବର୍ଷ ପରେ ରଥର ଚକା ବଦଳିଥିବା ଜଣାପଡ଼ିଛି । ଜଗନ୍ନାଥଙ୍କ ରଥରେ କାଠ ଚକା ଲାଗିବାର ପରମ୍ପରା ଥିବା ବେଳେ ଲୁହା ଓ ରବର ଚକା ଲଗାଇ ବଡ଼ ଦୁଃସାହାସ କରିଛି ଇସ୍କନ ।
ଏଭଳି କରିବାକୁ କିଏ ଦେଲା ଅନୁମତି ? କାହିଁକି ବାରମ୍ବାର ଭାବାବେଗ ସହ ଖେଳୁଛି ଇସ୍କନ ? ପରମ୍ପରାକୁ ସମ୍ମାନ ଦେବା କେବେ ଶିଖିବ ଇସ୍କନ ? କେବେ ହେବ କାର୍ଯ୍ୟାନୁଷ୍ଠାନ ?