କନକ ବ୍ୟୁରୋ : ପାକିସ୍ତାନ ଆତଙ୍କୀ ସଂଗଠନ ଆଇଏସଆଇର ଜିହାଦୀ ଚିନ୍ତାଧାରା କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱପାଇଁ ବିପଦ । ପହଲଗାମ ଓ ପୁଲୱାମା ଆକ୍ରମଣ ଭଳି ନିଜର ହୀନ ଖେଳକୁ ଆଫ୍ରିକୀୟ ଦେଶ ନାଇଜେରିଆରେ ଖେଳିବାକୁ ଯୋଜନା କରିଥିଲେ ଆଇଏସଆଇ ଆତଙ୍କବାଦୀ । ଏଭଳି ଦାବି ଆମେ ନୁହେଁ ବରଂ ନାଇଜେରିଆ ସେନା ୪ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରି ଏଭଳି ଦାବି କରିଛି । ନାଇଜେରିଆରେ ଅପରେସନ୍ ହାଦିନ କାଇର କମାଣ୍ଡର ଅବଦୁଲସ ଅବୁବକର ଖୁଲାସା କରିଛନ୍ତି କି ୪ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରି ଆତଙ୍କବାଦୀ ଆଇଏସଆଇର ପୋଲ୍ ଖୋଲିଦିଆଯାଇଛି । ଏହି ୪ ଜଣ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଚୋରି, ଡ୍ରୋନ ଟେକନିକ୍ ଓ ଉନ୍ନତ ବିସ୍ଫୋରକ ବାବଦରେ ଟ୍ରେନିଂ ଦେଉଥିଲେ । ଏହି ଘଟଣା ପାକିସ୍ତାନ ଦ୍ୱାରା ଭାରତର ପହଲଗାମ ଉପରେ ଆକ୍ରମଣ ଓ ଏହାର ଜବାବରେ ଭାରତର ଅପରେସନ ସିନ୍ଦ୍ୂର ପରେ ବିଶ୍ୱସ୍ତରରେ ଆଇଏସଆଇ ଆତଙ୍କବାଦୀଙ୍କ ଆଉ ଏକ ଷଡଯନ୍ତ୍ର ।
ଅପରେସନ୍ ସିନ୍ଦୂର ମାଧ୍ୟମରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ବା ପିଓକେରେ ଥିବା ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରି ନଷ୍ଟ ଭ୍ରଷ୍ଟ କରିଦେଇଥିଲା । ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । କୁଖ୍ୟାତ ଆତଙ୍କବାଦୀ ମସୁର ଅଜହର ଓ ତା'ର କିଛି ପରିବାର ଲୋକେ ଭାରତୀୟ ସେନାର ଆକ୍ରମଣରେ ପ୍ରାଣ ହରାଇଥିଲେ ।